ସେଲଫି ନେବା ବେଳେ ଅଘଟଣ, ୫୦ ଫୁଟ ତଳକୁ ଖସି ଯୁବକଙ୍କ ମୃତ୍ୟୁ
କଳାହାଣ୍ଡି ଜିଲ୍ଲା ୪l୭( ଷ୍ଟାର ନିୟୁଜ ଓଡିଶା )କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଡୋକ୍ରିଚଞ୍ଚରା ଜଳପ୍ରପାତରେ ଘଟିଛି ଏକ ଦୁଃଖଦ ଅଘଟଣ। ସେଲଫି ନେଉଥିବା ବେଳେ ପାଦ ଖସିଯିବାରୁ ପ୍ରାୟ ୫୦ ଫୁଟ ତଳକୁ ପଡ଼ି ଜଣେ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକ ହେଲେ ଛତିଶଗଡ଼ର ଦେଭୋଗ ଅଞ୍ଚଳ କର୍ଲାଗୁଡା ଗ୍ରାମର ଲୋକେଶ ଦୌରିଆ। ସେ ସାଙ୍ଗମାନଙ୍କ ସହ ବୁଲିବାକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି। ଖବର ପାଇ ଅଗ୍ନିଶମ ବିଭାଗ ଓ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ମୃତଦେହକୁ ଜବତ କରାଯାଇ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
What's Your Reaction?