ଦୁଇ ଅସହାୟ ପୀଡିତାଙ୍କୁ ସାହାଯ୍ୟର ହାତ ବଢ଼େଇଲା କେଟା |ଲକ୍ଷନୋରେ ଚିକିତ୍ସିତ ହେବେ ଦୁଇ ପୀଡିତା ।

Jul 16, 2025 - 19:44
 0  4
ଦୁଇ ଅସହାୟ ପୀଡିତାଙ୍କୁ ସାହାଯ୍ୟର ହାତ ବଢ଼େଇଲା କେଟା |ଲକ୍ଷନୋରେ ଚିକିତ୍ସିତ ହେବେ ଦୁଇ ପୀଡିତା ।

ଝରିଗାଁ,୧୬l୭ (ଷ୍ଟାର ନିୟୁଜ ଓଡିଶା ): ଦୀର୍ଘ ଦିନରୁ ରୋଗାଗ୍ରସ୍ତ ଥିବା ଦୁଇଜଣ କଅଁଳ କନ୍ୟାଙ୍କୁ ସାହାଯ୍ୟର ହାତ ବଢ଼େଇଛି କେଟା |ଗତକାଲି ଉଭୟ ପରିବାର ସଦସ୍ୟ ଦୁଇ କଅଁଳ ଝୀଅଙ୍କୁ ଧରି ଲକ୍ଷନୋ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ସୂଚନା ମିଲିଛି |ଲକ୍ଷନୋ ସ୍ଥିତ ଏକ ମେଡିକାଲରେ ଉଭୟ ଶିଶୁ କନ୍ୟାଙ୍କ ଚିକିତ୍ସା ହେବ ବୋଲି କେଟା ସଂସ୍ଥାର ଜଣେ କର୍ମଚାରୀ ତଥା ସମାଜସେବୀ ବିଶ୍ୱ ରଞ୍ଜନ ନାୟକ ସୂଚନା ଦେଇଛନ୍ତି |ଦୁଇ ପରିବାର ସଦସ୍ୟଙ୍କ ଯିବା ଆସିବା ରହିବା ଖାଇବା ଖର୍ଚ୍ଚ ସାଙ୍ଗକୁ ଦୁଇ ପୀଡିତାଙ୍କ ଚିକିତ୍ସା ବାବଦର ସକଳ ଖର୍ଚ୍ଚ କେଟା ସଂସ୍ଥା ବହନ କରୁଥିବା ସଂସ୍ଥାର କର୍ମୀ ବିଶ୍ୱ ରଞ୍ଜନ ନାୟକ ସୂଚନା ଦେଇଛନ୍ତି |ପ୍ରକାଶ ଥାଉ କି, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ଆମଲିଝରୀ ଗ୍ରାମର ନୀଳାମ୍ବର ଗୌଡ଼ଙ୍କ 4ବର୍ଷୀୟା ଝୀଅ ଧନିତା ଗୌଡ଼ଙ୍କ କପାଳରେ ଜନ୍ମ ସମୟରେ ଏକ ମାଂସ ପିଣ୍ଡୁଳା ଦେଖା ଦେଇଥିଲା |ସମୟ କ୍ରମେ ଘିନିତାର ବୟସ ବଢିବା ସଂଗେ ସଂଗେ କପାଳରେ ମାଂସ ପିଣ୍ଡୁଳା ମଧ୍ୟ ବଢିବାକୁ ଲାଗିଲା |ବର୍ତମାନ ମାଂସ ପିଣ୍ଡୁଳା ଏତେ ବଢ଼ି ଯାଇଛି ଯେ ଝିଅର ନାକ ଆଉ ଆଖି ଦୁଇଟା ଢାଙ୍କି ହୋଇଛି |ନୀଳାମ୍ବର ଜଣେ ଦିନ ମଜୁରୀଆ ହୋଇଥିବାରୁ ଝୀଅର ଉଚ୍ଚ ଚିକିତ୍ସା ପାଇଁ ଅସମର୍ଥ |ଖବରଟି ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ମଧ୍ୟ ତତ୍ପରତା ଦେଖେଇଥିଲା, ହେଲେ ମଧ୍ୟ କିଛି ବି ସୁଫଳ ମିଳିନଥିଲା |ଠିକ ସେହିପରି ଚକଳାପଦର ପଂଚାୟତ ଅନ୍ତର୍ଗତ ଭିତର କର୍ମରୀ ଗ୍ରାମର କୈଳାଶ ମାଝୀଙ୍କ 6ବର୍ଷର ଝୀଅ ରତନୀ ମାଝୀ ମଧ୍ୟ ଏକ ଅଜଣା ଚର୍ମରୋଗର ଶିକାର ଅଛନ୍ତି |ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା |ଉଭୟଙ୍କ ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ କେଟା ସଂସ୍ଥା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି |ସମାଜସେବୀ ବିଶ୍ୱ ରଞ୍ଜନ ନାୟକ ଖବର ଲେଖିଥିବା ବ୍ଲକ ପ୍ରତିନିଧି ମାନଙ୍କ ସହାୟତାରେ ପୀଡିତା ପରିବାରବର୍ଗଙ୍କ ପାଖରେ ପହଂଚି ସେମାନଙ୍କୁ ମାଗଣା ଚିକିତ୍ସା ଯୋଗେଇଦେବା ପାଇଁ ପ୍ରତିଶୃତି ଦେଇଥିଲେ |ଯିବା, ଆସିବା, ରହିବା, ଖାଇବା ସାଙ୍ଗକୁ ଦୁଇ ବାଳିକାଙ୍କ ଚିକିତ୍ସା ଖର୍ଚ୍ଚ କେଟା ପକ୍ଷରୁ ବହନ କରାଯିବ ବୋଲି ବୁଝେଇବା ପରେ ଉଭୟ ପରିବାରବର୍ଗ ରାଜି ହୋଇଥିଲେ |ଆଜି ଉଭୟ ପରିବାର ଦୁଇ ଶିଶୁକନ୍ୟାଙ୍କୁ ଧରି ବିଶ୍ୱ ରଞ୍ଜନ ନାୟକଙ୍କ ସହିତ ଲକ୍ଷନୋ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ସୂଚନା ମିଲିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow