ଜନସେବା କେନ୍ଦ୍ରର ୧୬ ତମ ବାର୍ଷିକ ଉତ୍ସବ ପାଳିତ l

Jul 16, 2025 - 17:06
 0  113
ଜନସେବା କେନ୍ଦ୍ରର ୧୬ ତମ ବାର୍ଷିକ ଉତ୍ସବ  ପାଳିତ l

ଫିରିଙ୍ଗିଆ,୧୬l୭( ଷ୍ଟାର ନିୟୁଜ): ଆଜକୁ ୧୬ବର୍ଷ ପୂର୍ବେ ଭାରତ ବର୍ଷର କୋଣେ ଅନୁକୋଣେ ଜନସେବା କେନ୍ଦ୍ର ସବୁ ସ୍ଥାପିତ ହୋଇଥିଲା। ଦେଶର ଜନସାଧାରଣଙ୍କୁ ହାତ ପାହାନ୍ତାରେ ସମସ୍ତ ସେବା ଯୋଗେଇ ଦେବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଥିଲା। ବ୍ୟାଙ୍କ ସେବା ଠାରୁ ଆରମ୍ଭ କରି ଆବେଦନ, ପଞ୍ଜିକରଣ ଓ ଅନ୍ୟାନ୍ୟ ସେବା ଗୁଡିକ ମଧ୍ୟ ଘର ପାଖରେ ହିଁ ଜନସାଧାରଣ ପାଇପାରିଲେ । ଡିଜିଟାଲ ଯୁଗର ଡିଜିଟାଲ ସେବା ଜନସାଧାରଣଙ୍କ ପାଇଁ ବେସ ସହାୟକ ସାବ୍ୟସ୍ତ ହେଲା। ଏହି ସେବା ଆଜି ୧୬ ବର୍ଷରେ ପଦାର୍ପଣ କରିଥିବା ବେଳେ ଦେଶର ସମସ୍ତ ସିଏସସି ଜନସେବା କେନ୍ଦ୍ର ଗୁଡିକରେ ୧୬ ତମ ଜନସେବା କେନ୍ଦ୍ର ଦିବସ ପାଳିତ ହେଉଛି। ଏହି କ୍ରମରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଥିବା ସମସ୍ତ ଜନସେବା କେନ୍ଦ୍ର (ସି ଏସ ସି)ତରଫରୁ ଫିରିଙ୍ଗିଆ ସ୍ଥିତ ଜିପୁନ୍ ମୂଖି ଜନସେବା କେଦ୍ର (ସି ଏସ ସି ) ଠାରେ ୧୬ ତମ ବାର୍ଷିକ ଉତ୍ସବ ବେସ ଧୁମଧାମରେ ପାଳିତ ହୋଇଯାଇଛି |ଆୟୋଜିତ ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆ ଯୋଗଦେଇ ଅନୁଷ୍ଠାନିକ ଭାବେ କେକ କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି l ଫିରିଙ୍ଗିଆ ବ୍ଲକ ରେ ସମୁଦାୟ ୨୬ ଟି ଜନସେବା କେନ୍ଦ୍ର (ସି ଏସ ସି) ରହିଥିବା ବେଳେ ଜନସେବା କେନ୍ଦ୍ର ଗୁଡିକରେ ନିଯୁକ୍ତି ପାଇଥିବା ଭିଏଲଇ ମାନେ ଜନସାଧାରଣଙ୍କୁ ଅନବରତ ବିଭିନ୍ନ ସେବା ଯୋଗାଇ ଆସୁଛନ୍ତି ।ଆୟୋଜିତ ଉକ୍ତ ବାର୍ଷିକ ଉତ୍ସବ ରେ ଫିରିଙ୍ଗିଆ ବ୍ଲକ ଜନସେବା କେନ୍ଦ୍ର (ସି ଏସ ସି ) ଭିଏଲଇ ସଂଘର ସଭାପତି ଜିପୁନ ମୁଖି,ବାଳନ୍ଦା ପଡ଼ା ଜନସେବା କେନ୍ଦ୍ରର ଉପ ସଭାପତି ରଶ୍ମି ରଞ୍ଜନ ପ୍ରଧାନ ,ଡିଣ୍ଡିରାଗାଁ ସିଏସସି ର ଭିଏଲଇ ସମ୍ପାଦକ ସୁଶାନ୍ତ ଦିଗାଲ, ପଲବ୍ରୁଡ଼ି ଜନସେବା କେନ୍ଦ୍ରର ସହ ସମ୍ପାଦକ ଶରୀର କହଁର, ଉପଦେଷ୍ଟା ଡିମ୍ବିରିଗୁଡା ଜନସେବା କେନ୍ଦ୍ରର ହରିଚନ୍ଦ୍ର କହଁର ସମେତ ବୃଗନନ୍ଦନ ମହାକୁଡ଼, ଆଲୋକ ଦିଗାଲ, ପ୍ରଣବ କର୍ଣ୍ଣ, ବିପିନ କହଁର, ଜିତେନ୍ଦ୍ର କହଁର, କୈଳାଶ କହଁର, ବଳଭଦ୍ର ଦିଗାଲ, ରାଜୀବ ପୃଷ୍ଟି, ପ୍ରତାପ କହଁର, ଗଙ୍ଗାଧର କହଁର, ସଂଜିତ୍ କହଁର,ଫିରିଙ୍ଗିଆ ବ୍ଲକର ୨୬ ଟି କେନ୍ଦ୍ରର ଭିଏଲଇ ମାନେ ଉପସ୍ଥିତ ରହି ପରସ୍ପରକୁ ମିଠା ଖୁଆଇ ବାର୍ଷିକ ଉତ୍ସବର ଶୁଭେଚ୍ଛା ଜଣେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow