କଦଳୀ ଚାଷୀଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ ବୋରିଆରେ ଶୀତଳ ଭଣ୍ଡାର ନିର୍ମାଣ ଓ ଉପଯୁକ୍ତ ବଜାର ବ୍ୟବସ୍ଥା ପାଇଁ ଚାଷୀଙ୍କ ଦାବି
କେସିଙ୍ଗା, ତା. ୪/୮ (ଷ୍ଟାରନ୍ୟୁଜ୍ ଓଡ଼ିଶା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବୋରିଆ ଗାଁ ଆଜି କଦଳୀ ଚାଷ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ୧୯୮୬ ମସିହାରେ ଚାଷୀ ହରିଶ୍ଚନ୍ଦ୍ର ନାୟକଙ୍କ ପରୀକ୍ଷାମୂଳକ ଉଦ୍ୟମରୁ ଆରମ୍ଭ ହୋଇଥିବା କଦଳୀ ଚାଷ ବର୍ତ୍ତମାନ ୨୦ ଏକରରୁ ଅଧିକ ଜମିରେ ବ୍ୟାପିଛି। ଏହି ଚାଷ ଚାଷୀଙ୍କ ପାଇଁ ଲାଭଜନକ ସାବ୍ୟସ୍ତ ହୋଇଥିଲେ ମଧ୍ୟ ସରକାରୀ ପ୍ରୋତ୍ସାହନ, ଶୀତଳ ଭଣ୍ଡାର ଓ ଉପଯୁକ୍ତ ବଜାର ବ୍ୟବସ୍ଥାର ଅଭାବ ଯୋଗୁଁ ସେମାନେ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି।
ଚାଷୀମାନଙ୍କ ଦାବି ହେଉଛି, ବୋରିଆରେ ଏକ ଶୀତଳ ଭଣ୍ଡାର ସ୍ଥାପନ ସହ କଦଳୀ ଚାଷ ପାଇଁ ସରକାରୀ ଚାରା, ଆର୍ଥିକ ସହାୟତା ଓ ବିପଣନ ବ୍ୟବସ୍ଥା କରାଗଲେ ଏହି ଅଞ୍ଚଳ ରାଜ୍ୟର ଏକ ପ୍ରମୁଖ କଦଳୀ ଉତ୍ପାଦନ କେନ୍ଦ୍ର ଭାବେ ଆହୁରି ବିକଶିତ ହୋଇପାରିବ। ବୋରିଆର ସଫଳ ଚାଷୀ ଇନ୍ଦୁଭୂଷଣ ସ୍ୱାଇଁ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବାରୁ ଏହି ଗାଁର କଦଳୀ ଚାଷକୁ ସ୍ୱତନ୍ତ୍ର ପରିଚୟ ମିଳିଛି। ତେଣୁ ରାଜ୍ୟ ସରକାର ଏହି ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଶୀଘ୍ର ଶୀତଳ ଭଣ୍ଡାର ନିର୍ମାଣ ଓ ଆବଶ୍ୟକ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।
କେସିଙ୍ଗା ରୁ ଷ୍ଟାରନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)