କଳାହାଣ୍ଡି ଜିଲ୍ଲା ସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ

Jul 22, 2025 - 21:32
 0  26
କଳାହାଣ୍ଡି ଜିଲ୍ଲା ସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ

ଭବାନୀପାଟଣା,୨୨/୭:(ଷ୍ଟାରନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲାସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଯୋଗ ଦେଇଥିବା ବେଳେ  ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ଜିଲ୍ଲା ସୂଚନା ଓ ଜନ ସଂପର୍କ ଅଧିକାରୀ ହଳଧର ନିଆଲ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ଶୁଭଲକ୍ଷ୍ମୀ ନାୟକ ଏବଂ ହେମସାଗର ମହାନନ୍ଦ ତଥା ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଗଣ ଉପସ୍ଥିତ ଥିଲେ। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବୋତ୍ତମ ରେଜଲ୍ଟ ଓ ସର୍ବାଧିକ ଏ୧ ଗ୍ରେଡ଼ ହାସଲ ଲକ୍ଷ୍ୟ ନେଇ ପ୍ରକାଶ ଅଭିନବ କାର୍ଯ୍ୟକ୍ରମର ଉଦଘାଟନ ମଧ୍ୟ କରାଯାଇଥିଲା। ସମ୍ମିଳନୀରେ ପ୍ରଧାନଶିକ୍ଷକଙ୍କ ଦାୟିତ୍ଵ ଓ ଭୂମିକା, ବିଦ୍ୟାଳୟ ସୁପରିଚାଳନା, ବିଦ୍ୟାଳୟ ସ୍ତରୀୟ ଶୈକ୍ଷିକ ଉନ୍ନତି ଯୋଜନା, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ଆର୍ଥିକ ପରିଚାଳନା, ପ୍ରି ମାଟ୍ରିକ ଛାତ୍ରବୃତ୍ତି, ବିଦ୍ୟାଳୟ କ୍ରୀଡ଼ା, ପଞ୍ଚ ସଖା ଶିକ୍ଷା ସେତୁ, ବିଭାଗୀୟ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଆଦି ବିଷୟରେ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବଗତ କରିବା ସହ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ପରାମର୍ଶ ପ୍ରଦାନ କରାଯାଇଥିଲା। ନର୍ଲା ବିଇଓ ତପିମଣି ଜାନୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାର ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ, ଟଙ୍କଧର ସାହୁ, ଜିତେନ୍ଦ୍ର ମୁଣ୍ଡ,  ବିରେନ୍ଦ୍ର କୁମାର ଆଚାର୍ଯ୍ୟ, ପ୍ରଶାନ୍ତ ନନ୍ଦ, ଜିଲ୍ଲା କ୍ରୀଡ଼ା ଶିକ୍ଷା ଅଧିକାରୀ ରୁପସିଂ ରାଉତ, ସୋମନାଥ ସାହୁ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭବାନୀପାଟଣାର ପ୍ରଧାନଶିକ୍ଷୟିତ୍ରୀ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

SUJAYA EDITOR