ଦୀପାବଳି ପାଇଁ ଚଳ ଚଞ୍ଚଳ କୁମ୍ଭାରଶାଳ ।

Oct 17, 2025 - 17:12
0 18
ଦୀପାବଳି ପାଇଁ ଚଳ ଚଞ୍ଚଳ କୁମ୍ଭାରଶାଳ ।

ଝରୀଗାଁ,୧୭l୧୦(ଷ୍ଟାର ନିୟୁଜ ଓଡିଶା):ଆଉ କିଛି ଦିନ ପରେ ପାଳନ ହେବ ଆଲୋକର ପର୍ବ ଦୀପାବଳି ପର୍ବ।ଦୀପାବଳି ପର୍ବରେ ସ୍ଥାନୀୟ ଲୋକ ମାନେ ପୂର୍ବ ପୁରୁଷ ମାନଙ୍କୁ ଆହ୍ୱାନ କରିବା ସହ ପୂଜା କରିଥାନ୍ତି।ସେହିପରି ବାଣ ଫୁଟାଇ ଏହି ପର୍ବକୁ ପାଳନ କରାଯାଏ।ବିଶେଷ କରି ଦୀପାବଳି ଦିନ ପ୍ରତ୍ୟେକ ଘରେ ମାଟିରେ ତିଆରି ଦୀପ ପ୍ରଜ୍ଵଳନ କରି ଆଲୋକ କରିଥାନ୍ତି।ଦୀପାବଳି ଦିନ ମାଟି ଦୀପର ଚାହିଦା ଅଧିକ ଥିବା ଯୋଗୁଁ ଝରିଗାଁ ବ୍ଲକର ବିଭିନ୍ନ ଗ୍ରାମରେ ରହୁଥିବା କୁମ୍ଭାର ପରିବାର ଲୋକ ମାନେ ମାଟି ଦୀପ ତିଆରି କରିବାରେ ବ୍ୟସ୍ତ ରହୁଛନ୍ତି।ବର୍ଷ ତମାମ ମାଟିରେ ତିଆରି ବିଭିନ୍ନ ଉପକରଣର ଚାହିଦା କମ ଥିବା ବେଳେ ଦୀପାବଳି ସମୟରେ ମାଟି ଦୀପର ଚାହିଦା ଅଧିକ ରହିଥାଏ।ମାଟି ଦୀପ ତିଆରି କରିବା ପରେ ବିଭିନ୍ନ ହାଟ ଏବଂ ବିଭିନ୍ନ ଗ୍ରାମରେ ଦୀପ ବିକ୍ରି କରି କୁମ୍ଭାର ପରିବାର ଦୁଇ ପଇସା ରୋଜଗାର କରନ୍ତି।ତେବେ ବର୍ତ୍ତମାନ ଯୁଗରେ ପାଣି ପକାଇଲେ ଦୀପ ଜଳୁଥିବା ଜିନିଷ ବଜାରରେ ଉପଲବ୍ଧ ଥିବା ଯୋଗୁଁ ମାଟି ଦୀପର ଚାହିଦା ଦୀପାବଳି ସମୟରେ ମଧ୍ୟ କମ ରହୁଥିବା ଦେଖିବାକୁ ମିଳିଛି।ବିଶେଷ କରି ଦୀପାବଳି, ବିବାହ , ବ୍ରତ ଓ ଅନ୍ୟାନ୍ୟ ପର୍ବ ପର୍ବାଣୀ ଗୁଡିକରେ ମାଟି ତିଆରି ଜିନିଷର ଆବଶ୍ୟକତା ଅଧିକ ପଡୁଥିବା ବେଳେ ପରିବାର ପ୍ରତିପୋଷଣ କରିବାରେ ସମସ୍ୟା ହେଉଥିବା ଯୋଗୁଁ କିଛି କୁମ୍ଭାର ପରିବାର ନିଜର କୌଳିକ ବୃତ୍ତି ଛାଡି ଅନ୍ୟ କାମ କରୁଥିବା ଅଭିଯୋଗ ହୋଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User