ନବରଙ୍ଗପୁର,ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ।

Oct 17, 2025 - 15:46
 0  42
ନବରଙ୍ଗପୁର,ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘର ଜିଲ୍ଲା କାର୍ଯ୍ୟକାରିଣୀ  ବୈଠକ ଅନୁଷ୍ଠିତ ।

କୋଷାଗୁମୁଡା,୧୭l୧୦ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ରେ କାର୍ଯ୍ୟରତ ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘ ପକ୍ଷରୁ ଆଜି କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ପଂଚାୟତ ସଭାଗୃହରେ ସମସ୍ତ ଜିଲ୍ଲା କମିଟିର ସଦସ୍ୟ ମାନଙ୍କୁ ନେଇ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି |ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘ ନବରଙ୍ଗପୁର ଶାଖାର ଜିଲ୍ଲା ଉପ ସଭାପତି ହିମାଂଶୁ ଶେଖର ବାଘଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମୀଚନ୍ଦ୍ର ଟାକରି, ଜିଲ୍ଲା ସଭାପତି ଶେଖର ଖୁରା, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ସାହୁ,ଉପ ସଭାପତି ନରସିଂହ ବାଘ, ହରିହର ଶତପଥୀ, ରଞ୍ଜିତ ନାୟକଙ୍କ ସମେତ ନବରଙ୍ଗପୁର ଜିଲ୍ଲା ପ୍ରତ୍ୟେକତି ବ୍ଲକର ବ୍ଲକ ସଭାପତି, ସମ୍ପାଦକ ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ |ସଙ୍ଘର ସାଧାରଣ ସମ୍ପାଦକ ଅଶୋକ ସାହୁ ନବରଙ୍ଗପୁର ଜିଲ୍ଲାରେ ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘ ଗଠନ କରିବାର ମୁଖ୍ୟ ଉଦେଶ୍ୟ ଓ ସଙ୍ଘର ଲକ୍ଷ୍ୟ ବିଷୟକୁ ପ୍ରାଞ୍ଜଳ ଭାବେ ଉପସ୍ଥାପନା କରିବା ସହିତ ସଙ୍ଘର ସମସ୍ତ ସଦସ୍ୟ ସକ୍ରିୟ ରହି ସାମ୍ବାଦିକତା ଓ ସମାଜସେବା କରିବାକୁ ପରାମର୍ଶ ଦେବା ସହ ସଙ୍ଘର ସମସ୍ତ ସଦସ୍ୟ ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘକୁ ଏକ ପରିବାର ଭାବି ପରସ୍ପର ମଧ୍ୟରେ ଘରୋଇ ସମ୍ପର୍କ ରଖି ଆଗେଇ ଚାଲିବାକୁ ପରାମର୍ଶ ଦେଇଥିଲେ|ଠିକ ସେହିପରି ସଙ୍ଘର ଉପ ସଭାପତି ହିମାଂଶୁ ଶେଖର ବାଘ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ୱେଲ ଫେୟାର ଟ୍ରଷ୍ଟ କରାଯିବାର ଲକ୍ଷ୍ୟ ଓ ଉଦେଶ୍ୟ ଉପରେ ପ୍ରାଞ୍ଜଳ ଭାବେ ଉପସ୍ଥାପନା କରିବା ସହିତ ସମସ୍ତ ସାମ୍ବାଦିକ ଏହି ଟ୍ରଷ୍ଟ ସହିତ ଯୋଡି ହେବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ |ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମୀଚନ୍ଦ୍ର ଟାକରି ସମ୍ବାଦ ଓ ସାମ୍ବାଦିକତା ବିଷୟ ଉପରେ ପ୍ରାଞ୍ଜଳ ଭାବେ ବୁଝେଇବା ସହିତ ଦୀର୍ଘ ବର୍ଷର ସାମ୍ବାଦିକତା ଭିତରେ ନିଜ ଅଙ୍ଗଲିଭା କିଛି ସତ୍ୟ ଘଟଣାକୁ ମଧ୍ୟ ଉଦାହରଣ ସ୍ୱରୂପ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନା କରି ନିର୍ଭିକ, ନିରପେକ୍ଷ ଓ ସଚ୍ଚୋଟ ଭାବେ ନିଜ ସାମ୍ବାଦିକତା କରିବାକୁ ସମସ୍ତଙ୍କୁ ପରାମର୍ଶ ଦେବା ସହିତ ନବରଙ୍ଗପୁର ସାମ୍ବାଦିକ ୱେଲଫେୟାର ଟ୍ରଷ୍ଟ ଗଠନ କରାଯାଇଥିବାରୁ ଖୁସି ବ୍ୟକ୍ତ କରିବା ସହିତ ଆଗାମୀ ଦିନ ମାନଙ୍କରେ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ ଭଳି ଅନେକ ସାମାଜିକ କାର୍ଯ୍ୟ ସବୁ ହାତକୁ ନେବାକୁ ପରାମର୍ଶ ଦେଇଥିଲେ |ସଙ୍ଘର ସଭାପତି ଶେଖର ଖୁରା ନିଜ ଅବିଭାଷଣରେ ସାମ୍ବାଦିକର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ପ୍ରାଞ୍ଜଳ ଭାବେ ବୁଝେଇବା ସହ ସଙ୍ଘର ସଦସ୍ୟମାନେ ନିଜ ନିଜ ଭିତରେ ଭାତୃଭାବ ରଖି ଏକତା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ |ତତ ସହିତ ନବରଙ୍ଗପୁର ସାମ୍ବାଦିକ ୱେଲଫେୟାର ଟ୍ରଷ୍ଟ ଗଠନର ମହତ ଉଦେଶ୍ୟ ବିଷୟରେ ଜଣେଇବା ସହ ସଙ୍ଘ ପ୍ରତି ନିଷ୍ଠା ରଖିବାକୁ ପରାମର୍ଶ ଦେଇଥିଲେ |କାର୍ଯ୍ୟକ୍ରମର ଶେଷରେ ଜିଲ୍ଲା ଉପ ସଭାପତି ନରସିଂହ ବାଘ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR