ଆଇଜି ଅପରେସନ ଟିମ୍ ର ଦୁଇ ଦିନିଆ କନ୍ଧମାଳ ଗସ୍ତ, ମାଓ ଦମନ ପାଇଁ ବ୍ଲୁ ପ୍ରିଣ୍ଟ ।

Jul 22, 2025 - 21:36
 0  99
ଆଇଜି ଅପରେସନ ଟିମ୍ ର ଦୁଇ ଦିନିଆ କନ୍ଧମାଳ ଗସ୍ତ, ମାଓ ଦମନ ପାଇଁ  ବ୍ଲୁ ପ୍ରିଣ୍ଟ ।

ଫୁଲବାଣୀ, ୨୨l୭(ଷ୍ଟାର ନିୟୁଜ): ନକ୍ସଲ ଦମନ ଅଭିଯାନ କୁ କଡାକଡି କରିବା ପାଇଁ କନ୍ଧମାଳ ଜିଲ୍ଲାରେ ଆଇଜି ଅପରେସନ ଟିମ୍ ର ଦୁଇ ଦିନିଆ ରହଣି ସହ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଗୃହମନ୍ତ୍ରୀ ଅମିତ୍ ଶାହା ଙ୍କ ମାଓ ଦମନ ଅଭିଯାନ, ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ମୁକ୍ତ ଓଡ଼ିଶା ,ମାଓ ମୁକ୍ତ କନ୍ଧମାଳ କରିବାକୁ ଆହ୍ବାନ ଦେଇଥିବା ବେଳେ, ଏହାକୁ ଗୁରୁତର ସହ ନେଇଛି ପ୍ରଶାସନ । ଆଇଜି ଅପରେସନ ଟିମ୍ ସଞ୍ଜୀବ ପଣ୍ଡା, ଦକ୍ଷିଣାଞ୍ଚଳ ଆଇଜି ନୀତି ସେଖରଙ୍କ ସହ କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଗଜପତି ଓ ରାୟଗଡା ଏସପି ଙ୍କ ସହ ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାକୁ ଗୁରୁତର ସହ ନେଇଛି ଆଇଜି ଅପରେସନ ଟିମ୍ । ଦିନକୁ ଦିନ ମାଓ ଗଡ ଭୁଶୁଡ଼ି ଥିବା ବେଳେ, ଆଗାମୀ ଦିନରେ କିଭଳି ସମ୍ପୂର୍ଣ ମାଓ ମୁକ୍ତ କରାହେବ, ସେଥିପାଇଁ ବ୍ଲି ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ତେବେ ଆଇଜି ସଞ୍ଜୀବ ପଣ୍ଡା ଗଣମାଧ୍ୟମ କୁ ସାକ୍ଷାତ କାର ଦେଇ କହିଛନ୍ତି, ମାଓବାଦୀ ମାନଙ୍କୁ ଆହ୍ବାନ କରାଯାଉଛି, ହିଂସାର ପଥ ଛାଡ଼ି, ଶାନ୍ତି ର ପଥ କୁ ଆସନ୍ତୁ । ସରକାରଙ୍କ ଥଇଥାନ ନୀତି ଦ୍ଵାରା, ସେମାନଙ୍କୁ ସୁରକ୍ଷା ସହ, ସମସ୍ତ ସାହାଯ୍ୟ ଓ ସହଯୋଗର ହାତ ବଢ଼େଇବେ। ଅଯଥା, ବିଶୃଙ୍ଖଳା କୁ ପ୍ରଶୟ ଦିଆଯିବ ନାହିଁ । 

What's Your Reaction?

like

dislike

love

funny

angry

sad

wow