କେସିଙ୍ଗା ରେଳ ଷ୍ଟେସନରେ ବିକଳାଙ୍ଗ ପାର୍କିଙ୍ଗ ଅପବ୍ୟବହାର, ଭୋଗାନ୍ତିରେ ଦିବ୍ୟାଙ୍ଗ

May 31, 2026 - 14:18
 0  1

କେସିଙ୍ଗା: ତା. ୨୧/୦୧( ଷ୍ଟାର ନିୟୁଜ ଓଡିଶା)କେସିଙ୍ଗା ରେଳ ଷ୍ଟେସନ ପରିସରରେ ବିକଳାଙ୍ଗ (ଦିବ୍ୟାଙ୍ଗ) ବ୍ୟକ୍ତିମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ମୋଟର ସାଇକଲ ଓ ମୋଟର ଗାଡ଼ି ପାର୍କିଙ୍ଗ ବ୍ୟବସ୍ଥା ଥିବା ସତ୍ତ୍ୱେ ସେହି ସ୍ଥାନରେ ସାଧାରଣ ଲୋକମାନେ ଗାଡ଼ି ରଖୁଥିବା ଅଭିଯୋଗ ଆସିଛି। ଏହାର ଫଳରେ ବିକଳାଙ୍ଗ ବ୍ୟକ୍ତିମାନେ ଗାଡ଼ି ପାର୍କ କରିବାରେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସୂଚନା ଅନୁସାରେ, ପ୍ରାଇଭେଟ ପାର୍କିଙ୍ଗ ଅଞ୍ଚଳରେ ଥିବା ବିକଳାଙ୍ଗ ପାର୍କିଙ୍ଗ ସ୍ଥାନକୁ ଅନ୍ୟ ଚାଳକମାନେ ଦଖଲ କରି ଗାଡ଼ି ରଖୁଥିବାରୁ ଦିବ୍ୟାଙ୍ଗ ଲୋକମାନେ ଦୂରେ ଗାଡ଼ି ରଖି ହେଟି ଆସିବାକୁ ବାଧ୍ୟ ହେଉଛନ୍ତି। ଏହା ତାଙ୍କ ପାଇଁ ଶାରୀରିକ ଓ ମାନସିକ ଭାବେ ଅତ୍ୟନ୍ତ କଷ୍ଟଦାୟକ।

ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଯେ, ଏହି ବିଷୟରେ ଷ୍ଟେସନର ସମ୍ପୃକ୍ତ କର୍ମଚାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କଢ଼ା ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳସ୍ୱରୂପ ବିକଳାଙ୍ଗଙ୍କ ଅଧିକାରକୁ ଅବହେଳା କରାଯାଉଥିବା ଅଭିଯୋଗ ଉଠୁଛି।

ବିକଳାଙ୍ଗ ସଂଗଠନ ଓ ସଚେତନ ନାଗରିକମାନେ ରେଳ ପ୍ରଶାସନଙ୍କୁ ଦାବି କରିଛନ୍ତି ଯେ, ବିକଳାଙ୍ଗଙ୍କ ପାଇଁ ନିର୍ଦ୍ଦିଷ୍ଟ ପାର୍କିଙ୍ଗ ସ୍ଥାନରେ ସ୍ପଷ୍ଟ ସାଇନ ବୋର୍ଡ ଲଗାଯାଉ, ନିୟମିତ ନିରୀକ୍ଷଣ କରାଯାଉ ଏବଂ ନିୟମ ଭଙ୍ଗ କରୁଥିବା ଲୋକଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ଏବେ ପ୍ରଶ୍ନ ଉଠୁଛି—ରେଳ ପ୍ରଶାସନ କେବେ ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ କଢ଼ା ପଦକ୍ଷେପ ଗ୍ରହଣ କରିବ?
କେସିଙ୍ଗା ରୁ ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR