ବନ୍ଦେ ମାତରମ ସଙ୍ଗୀତ ର ୧୫୦ ତମ ପୂର୍ତ୍ତି ଅବସରରେ ବନ୍ଦେ ମାତରମ ଧ୍ୱନି ରେ ଗୁଞ୍ଜରିତ ହେଲା ପରିବେଶ।
କୋକସରା ତା. ୨୦/୦୧( ଷ୍ଟାର ନିୟୁଜ ଓଡିଶା )ବନ୍ଦେ ମାତରମ ଜାତୀୟ ସଙ୍ଗୀତ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଜାତୀୟତା ଓ ଦେଶାତ୍ମବୋଧକ କୁ ସମ୍ମାନ ଜଣାଇବା ଉଦେଶ୍ୟ ରେ ବନ୍ଦେ ମାତରମ ଗୀତ କୁ ସାମୁହିକ ଭାବେ ଦେଶବାସୀ ସମ୍ମାନ ଜଣାଇ ଗାନ କରିଛନ୍ତି। ବଙ୍କିମ ଚନ୍ଦ୍ର ଚଟର୍ଜୀ ଙ୍କ ଦ୍ଵାରା ଲିଖିତ ଏହି ସଙ୍ଗୀତ କୁ ୧୯୫୦ ମସିହା ଗଣତନ୍ତ୍ର ଦିବସ ରେ ଜାତୀୟ ସଙ୍ଗୀତ ଭାବେ ମାନ୍ୟତା ପ୍ରଦାନ ମିଳିଥିଲା। ଆଜି କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଯୁକ୍ତ ଦୁଇ ଓ ଡିଗ୍ରୀ ମହାବିଦ୍ୟାଳୟ କଲେଜ ପରିସରରେ ଜାତୀୟ ସଙ୍ଗୀତ ବନ୍ଦେ ମାତରମ କୁ ସାମୁହିକ ଭାବେ ଗାନ କରାଯାଇଛି। କୋକସରା ବିଡ଼ିଓ ଡ଼. ହିମାଞ୍ଚଲ ମାଝୀ ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ରେ ଅତିଥୀ ଭାବେ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର, ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ, ବିଇଓ ମହେଶ କୁମାର ଭାଟି, ଏବିଇଓ ତୋଫାନ ମାଝୀ,ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା,ଧର୍ମଗଡ ବିଧାୟକ ଙ୍କ କୋକସରା ବ୍ଲକ ପ୍ରତିନିଧି ତ୍ରିନାଥ ଶବର, ସାଂସଦ ପ୍ରତିନିଧି ଦୁର୍ଗା ପ୍ରସାଦ ପ୍ରଧାନୀ, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର ଉପସ୍ଥିତ ରହି ଜାତୀୟ ସଙ୍ଗୀତ ବନ୍ଦେ ମାତରମ ର ପୂର୍ବାଲୋକନ ଓ ଭାରତ ଇତିହାସରେ ମହତ୍ତ୍ୱ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମ କୁ ଶିକ୍ଷକ ସଞ୍ଜୀବ କୁମାର ପାଢୀ ମଞ୍ଚ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ରେ ଉଚ୍ଚ ବିଦ୍ୟାଳୟ ଯୁକ୍ତ ଦୁଇ,ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ସମେତ ଶିକ୍ଷକ
ଶିକ୍ଷୟିତ୍ରୀ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ମାନେ ଉପସ୍ଥିତ ଥିଲେ।
What's Your Reaction?