କୋଷାଗୁମୁଡା ସରପଞ୍ଚ ଡାଳିମ୍ବ ମାଝୀଙ୍କ ବିକାଶକୁ ବିରୋଧ କରୁଛି କଂଗ୍ରେସ । ସାମ୍ନାକୁ ଆସିଲା କଂଗ୍ରେସର ବିକାଶ ବିରୋଧୀ ନିତି।
କୋଷାଗୁମୁଡା,୧୯l୧୦ (ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ପଂଚାୟତର ସରପଞ୍ଚ ଡାଳିମ୍ବ ମାଝୀଙ୍କ ନେତୃତ୍ୱ ରେ ଦିନକୁ ଦିନ ବଦଳୁଛି କୋଷାଗୁମୁଡା ସଦର ମହକୁମାର ଚିତ୍ର। କୋଷାଗୁମୁଡା ପଂଚାୟତ ଅନ୍ତର୍ଗତ ସମସ୍ତ ୱାର୍ଡରେ ସରପଞ୍ଚ ଡାଳିମ୍ବ ମାଝୀ ଅହରହ ପରିଶ୍ରମରେ ଚାଲିଛି ଜୋରଦାର ବିକାଶ | ଯାହାଦ୍ୱାରା କୋଷାଗୁମୁଡା ସରପଞ୍ଚ ଙ୍କ ଲକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ସମସ୍ୟାର ସମାଧାନ ତୁରନ୍ତ କରାଯାଉଛି |ରାସ୍ତାଘାଟ ଓ ଡ୍ରେନ ସମସ୍ୟା ସବୁ ସଙ୍ଗେ ସଙ୍ଗେ ସମାଧାନ ହେଉଛି |ଏପରିକି ଆବାସ ଯୋଜନାରେ ମଧ୍ୟ ସାମିଲ ହେଉଛନ୍ତି ଗରିବ ନିରିହ ଆଦିବାସୀ ହିତାଧିକାରୀ | ଯାହାକି ପୂର୍ବ ସରପଞ୍ଚଙ୍କ ଚିନ୍ତାରୁ ବାହାରେ। ବର୍ତମାନ ସରପଞ୍ଚଙ୍କ ବିକାଶକୁ ଦେଖି ଆଉ ଦେଖିସହି ପାରୁନାହାନ୍ତି ବିରୋଧୀ ଦଳ ନେତା | ବାରମ୍ବାର ସରପଞ୍ଚ ଙ୍କୁ ବଦନାମ କରିବା ପାଇଁ ମିଥ୍ୟା ଅଭିଯୋଗ, ମିଥ୍ୟା ପ୍ରଚାର ଓ ପ୍ରସାର କରୁଥିବା ଏବେ କୋଷାଗୁମୁଡାରେ ଦେଖିବାକୁ ମିଳୁଛି। ବିଗତ ପାଞ୍ଚ ବର୍ଷ କଂଗ୍ରେସ ସମର୍ଥିତ ସରପଞ୍ଚ ରହି ମଧ୍ୟ ଅଞ୍ଚଳ ପାଇଁ କିଛି କାମ କରି ନଥିଲେ |ଏପରିକି ଲୋକଙ୍କ ସୁଖଦୁଃଖରେ ମଧ୍ୟ ସହଭାଗୀ ହୋଇନଥିଲେ ଏବଂ ନିର୍ବାଚନରେ ଲୋକେ ତାଙ୍କୁ ଭୋଟ ନଦେଇ ଡାଳିମ୍ବ ମାଝୀଙ୍କୁ ଜିତାଇ ସରପଞ୍ଚ କରିଥିଲେ। ବର୍ତମାନ କୋଷାଗୁମୁଡାରେ ହେଉଥିବା ବିକାଶକୁ ଦେଖିସହି ପାରୁନାହାନ୍ତି ବିରୋଧୀ ଦଳ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। କଂଗ୍ରେସର କିଛି ସ୍ୱାର୍ଥବାଦୀ ଯୁବ ନେତା ଅଞ୍ଚଳର ନିରିହ ଗରିବ ଆଦିବାସୀ ଯୁବକଙ୍କୁ ନିଜ ଜାଲରେ ଫସେଇ ସରପଞ୍ଚଙ୍କୁ ବଦନାମ କରିବା ପାଇଁ ଅହରହ ଚେଷ୍ଟା କରୁଛନ୍ତି ବୋଲି ଚର୍ଚ୍ଚା ମଧ୍ୟ ହେଉଛି। ସରପଞ୍ଚଙ୍କ ବିଭିନ୍ନ ବିକାଶ ମୂଳକ କାମକୁ ବିରୋଧ କରୁଥିବା ମଧ୍ୟ ଦେଖା ଦେଉଛି, ଯାହାକୁ ନେଇ କୋଷାଗୁମୁଡା ପଂଚାୟତରେ ବସବାସ କରୁଥିବା ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଉଛି। କୋଷାଗୁମୁଡା ବ୍ଲକ କଂଗ୍ରେସ ଦଳର ବିକାଶ ବିରୋଧୀ ନିତି ଏବେ ଜଳଜଳ ଦେଖା ଯାଉଛି | କୋଷାଗୁମୁଡା ସଦର ମହକୁମା ରେ ହେଉଥିବା ବିଭିନ୍ନ ଜନ କଲ୍ୟାଣ ଯୋଜନାକୁ କଂଗ୍ରେସ ଦଳର ସ୍ୱାର୍ଥବାଦୀ ଯୁବ ନେତା ବିରୋଧ କରୁଥିବା ସ୍ୱତେ ବି ଜିଲ୍ଲା କଂଗ୍ରେସ କାହିଁକି ଏଭଳି ଯୁବ ନେତାଙ୍କୁ ପ୍ରଶଂସା କରୁଛି ତାହା ଏବେ ବଡ଼ ପ୍ରଶ୍ନ। କୋଷାଗୁମୁଡା କଂଗ୍ରେସର ବିକାଶ ବିରୋଧୀ ନିତି ପାଇଁ ଆଗାମୀ ପଂଚାୟତ ନିର୍ବାଚନରେ ଲୋକେ ଉଚିତ ଜବାବ ଦେବେ କି ତାହା ଦେଖିବାକୁ ବାକି ରହିଲା।
ରିପୋର୍ଟ ସବ୍ୟସାଚୀ ଭରଟିଆ, ନବରଙ୍ଗପୁର ।
What's Your Reaction?