ଛଅ ଦିନରେ ପହଞ୍ଚିଲା ଆଶାକର୍ମୀ ସଂଘର ଧାରଣା,ନିଘୋଡ଼ ନିଦ୍ରାରେ ପ୍ରଶାସନ ।

Oct 19, 2025 - 20:33
 0  20
ଛଅ ଦିନରେ ପହଞ୍ଚିଲା ଆଶାକର୍ମୀ ସଂଘର ଧାରଣା,ନିଘୋଡ଼ ନିଦ୍ରାରେ ପ୍ରଶାସନ ।

ନବରଙ୍ଗପୁର,୧୯l୧୦(ଷ୍ଟାର ନିୟୁଜ ଓଡିଶା ): ବିଭିନ୍ନ ଦାବୀନେଇ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିବା ଆଶାକର୍ମୀ ମାନଙ୍କ ଧାରଣାକୁ ଆଜି ଛଅ ଦିନ ପୂର୍ଣ୍ଣ ହୋଇଯାଇଥିଲେ ହେଁ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇରହିଛି ପ୍ରଶାସନ |ନବରଙ୍ଗପୁର ଜିଲ୍ଲାର ଆଶା ମାନଙ୍କ ଧାରଣା ଆଜି ଛଅ ଦିନରେ ପହଞ୍ଚିଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ କୌଣସି ଅଧିକାରୀ କିମ୍ବା ଜନ ପ୍ରତିନିଧି ଧାରଣା ସ୍ଥଳକୁ ଯାଇ ଆଶା କର୍ମୀ ମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନର ବିକଳ୍ପ ବାହାର କରି ନାହାନ୍ତି |ସମଗ୍ର ରାଜ୍ୟର ଆଶାକର୍ମୀ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ତରଫରୁ ସ୍ୱାସ୍ଥ୍ୟସେବାକୁ ଠପ କରିବାକୁ ଯୋଜନା କରୁଛି ସଂଘ |ଆସନ୍ତା 25 ତାରିଖ ରେ ସିଡିଏମଓ ଙ୍କ କାର୍ଯ୍ୟାଳୟକୁ ତାଲା ପକାଇ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସଂଘ ଲିଖିତ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ, ମାନ୍ୟବର ସାଂସଦ, ମାନ୍ୟବର ବିଧାୟକ,ନବରଙ୍ଗପୁର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ସ୍ମାରକ ପତ୍ର ମାଧ୍ୟମରେ ଜଣାଇଛି ସଂଘ | ସେବା ନ ପାଇଁ ଅନେକ ଶିଶୁ ଓ ଗର୍ଭବତୀ ହଇରାଣ ହେଉଛନ୍ତି | ଆନ୍ଦୋଳନ ସମୟରେ ଜଣେ ଆଶା କର୍ମୀ ଅସୁସ୍ଥ ହୋଇଥିବାରୁ ତାଙ୍କୁ ଔଷଧ ଦେଇଥିଲେ ଜିଲ୍ଲା ସଭାନେତ୍ରୀ ଓ ସମ୍ପାଦିକା | ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗେଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛନ୍ତି ଆଶା କର୍ମୀ | ସେବା ରୁ ବଞ୍ଚିତ ହୋଇ ଶିଶୁ ଓ ଗର୍ଭବତୀ ମୃତ୍ୟୁ ବରଣ କରିଥିଲେ ସୁଦ୍ଧା ସ୍ୱାସ୍ଥ୍ୟ ବିଭାଗ ଲୁଚେଇ ଦେଉଥିବା ଦେଖିବାକୁ ମିଳୁଛି l ପ୍ରତିଦିନ ଗୋଟିଏ ବ୍ଲକର ଆଶାକର୍ମୀ ମାନେ ଆସି ଧାରଣା ଦେଉଛନ୍ତି। ଏପଟେ କାର୍ଯ୍ୟ ବନ୍ଦ କରି ଧାରଣା ଚାଲୁ ରହିଛି l ଏଥିରେ ଭାରତୀୟ ମଜଦୁର ସଂଘ ଉପଦେଷ୍ଟା ପରମେଶ୍ୱର ବିଷୋୟୀ, ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ, ଆଶା କର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ସଭାନେତ୍ରୀ କବିତା ସ୍ୱାଇଁ,ସମ୍ପାଦିକା ଗୀତାଞ୍ଜଳି ହରିଜନ, ତେନ୍ତୁଳୀଖୁଣ୍ଟି ବ୍ଲକ ସଭାନେତ୍ରୀ ବିଭାସିନୀ ହରିଜନ ଓ ସମ୍ପାଦିକା ମାନସୀ ହରିଜନ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକୁ ପରିଚାଳନା କରୁଛନ୍ତି l ସମସ୍ତ ବ୍ଲକର ସଭାନେତ୍ରୀ ଓ ସମ୍ପାଦିକା ମାନେ ମଧ୍ୟ ଉପସ୍ଥିତ ରହିଛନ୍ତି |ଆଜିର ଆନ୍ଦୋଳନରେ ଡାବୁଗାଁ ବ୍ଲକର ସଭାନେତ୍ରୀ, ସମ୍ପାଦିକା ସମେତ ପ୍ରାୟ 150 ଜଣ ଆଶା କର୍ମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । କେବେଯେ ପ୍ରଶାସନର ନିଦ ଭାଙ୍ଗିବ ଓ ଆଶା କର୍ମୀ ମାନଙ୍କ ଦାବୀ ଗୁଡିକ ଉପରେ ଆଲୋଚନା କରାଯିବ ତାହା ଦେଖିବାର ବାକି ରହିଲା?

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR