ଜିଲ୍ଲା କୃଷି ବିଭାଗ ପକ୍ଷରୁ ବିହନ ଗୋଦାମ ରେ ଚଢ଼ାଉ, ପଡ଼ିଲା ସରକାରୀ ତାଲା।

Jun 6, 2025 - 07:39
 0  157
ଜିଲ୍ଲା କୃଷି ବିଭାଗ ପକ୍ଷରୁ ବିହନ  ଗୋଦାମ ରେ ଚଢ଼ାଉ, ପଡ଼ିଲା ସରକାରୀ ତାଲା।

ଉମରକୋଟ,୬l୬(ଷ୍ଟାରନିୟୁଜ ଓଡିଶା) :ଜିଲ୍ଲାରେ ଚାଲିଛି ଅସାଧୁ ବିହନ ବ୍ୟବସାୟୀଙ୍କ ସାମ୍ରାଜ୍ୟ । କୃଷି ବିଭାଗକୁ ନଜର ଅନ୍ଦାଜ କରି ବିନା ଲାଇସେନ୍ସରେ ରେ ବିନା ଅନୁମତି ବାଲା ବିହନ ବିକ୍ରୀ ଚାଲିଛି । ଅଭିଯୋଗ ପରେ ପତ୍ପର ହୋଇ ଉଠୀଛି କୃଷି ବିଭାଗ । ଏହାକୁ ରୋକିବା ପାଇଁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଚଢାଉ ଆରମ୍ଭ କରିଛି । ଆଜି ଜିଲ୍ଲା ର ଉମରକୋଟ ବ୍ଲକ ର ଚିକଲ ପଦର ଗ୍ରାମ ରେ ବେଆଇନ୍ ଭାବରେ ସରକାରଙ୍କ ବିନା ସିକୃତି ଥିବା ଧାନ ଓ ମକା ବିହନ ବିକ୍ରୀ କରୁଥିବା ସମୟ ରେ ମାଡ଼ି ବସିଲା କୃଷି ବିଭାଗ ର ସ୍ଵନ୍ତ୍ରତ ଟିମ୍ । ସଂପୃକ୍ତ ବ୍ୟବସାୟୀ ଦେବବ୍ରତ ବାରୋଇ ଙ୍କ ଗୋଦାମ ରୁ ନାମ ର ବିହନ ସିଜ୍ କରିବା ସହ ଉକ୍ତ ଗୋଦାମ ରେ ତାଲା ପକାଇ ସିଜ କରାଯାଇଛି । କୃଷି ବିଭାଗ ବେଆଇନ ଭାବ ରେ ରଖିଥିବା "ଅଗ୍ରିଭର" ଓ "ଜେନେକ୍ସ" କମ୍ପାନୀ ର ୨୪୦ ବ୍ୟଗ ଧାନ ବିହନ ଓ ୩୦ ବ୍ୟାଗ୍ ମକା ବିହନ ଜବତ କରିଛି । ଯାହାର ମୋଟ ମୂଲ୍ୟ ୨୯ ଲକ୍ଷ ହେବ ବୋଲି କହିଛନ୍ତି କୃଷି ଅଧିକାରୀ । ବ୍ୟବସାୟୀ ଙ୍କ ଲାଇସେନ୍ସ ରାଇଘର ରେ ଥିବା ବେଳେ ସେ ଉମରକୋଟ ର ଚିକଲ୍ ପଦର ଗୋଦାମ ରେ ବିହନ ଗଚ୍ଛିତ ରଖିଥିଲେ । କିନ୍ତୁ ଜବତ ଦୁଇ କମ୍ପାନୀ ର ବିହନ ବିକ୍ରି ପାଇ ଜିଲ୍ଲା ରେ କିମ୍ବା ରାଜ୍ୟ ରେ ଅନୁମତି ନାହିଁ। ଏହି ଦୁଇ ବିହନ ବେ ଆଇନ ଭାବରେ ରାଜ୍ୟ ବାହାରୁ ଆଣି ରଖିଥିବା ସ୍ବୀକାର କରିଛନ୍ତି ବ୍ୟବସାୟୀ। ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ବ୍ୟବସାୟୀ ଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ

ଉମରକୋଟ ରୁ ମାନିନୀ ଚକ୍ରବର୍ତ୍ତୀ ଷ୍ଟାରନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow