ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ। ଜିଲ୍ଲାପାଳଙ୍କ ଇ କେ ୟାଇ ସି ସମସ୍ୟା ନେଇ ଚକଲା ପଦର୍ ପଞ୍ଚାୟତ ଗସ୍ତ।

Jun 16, 2025 - 19:00
0 42

ଝରିଗାଁ,୧୬l୬ (ଷ୍ଟାର ନିୟୁଜ ଓଡିଶା):  ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ମୋଟ ୩୦ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଏଥି ମଧ୍ୟରୁ ୯ ଟି ବ୍ୟକ୍ତିଗତ ଓ ୨୧ ଟି ସାମୂହିକ ଅଭିଯୋଗ ରହିଥିଲା। ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ କରିବା ନିମନ୍ତେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ଏସପି ସନ୍ଦୀପ ସମ୍ପତ, ଜିଲ୍ଲା ମାଜିଷ୍ଟ୍ରେଟ ବିଶ୍ୱଜିତ ବୁରମନ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ,ବିଡ଼ିଓ ମଧୁସୂଦନ ମାଝୀ , ତହସିଲଦାର ସୁମନ୍ତ ପାତ୍ର , ସିଡିଏମ ଡ଼. ସନ୍ତୋଷ କୁମାର ପଣ୍ଡା, ସିଡିଏଓ ପି ଭି ରମନ ରାଓ, ଡ଼ିଡ଼ିଏଚ ସି ଏମ ସାହୁ ସମେତ ୱାଟେରସେଡ ପିଡି ଚକ୍ରଧର ମିଶ୍ର, ଆର ଡବ୍ଲୁ ଏସ ଏସ ଯନ୍ତ୍ରୀ ପ୍ରତୀକ କୁମାର ରାଉତ, ଆର ଡବ୍ଲୁ ଏସ ଏସ ଏଇ ଅରୁଣ କୁମାର ନାୟକ, ବ୍ଲକ ଶିକ୍ଷା ଅଧିକାରୀ ଶୁଭେନ କୁମାର ମଣ୍ଡଳ, ଡି ଏଫ ଓ ବିଷ୍ଣୁ ଚରଣ ବିଷୋୟୀ, ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁଙ୍କ ସମେତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ରହିଥିଲେ। ଅଭିଯୋଗ ଶିବିର ଶେଷ ପରେ ଜିଲ୍ଲାପାଳ ଡ଼ ମହାପାତ୍ର ଏବଂ ସି ଡି ଏମ ଓ ସନ୍ତୋଷ କୁମାର ପଣ୍ଡା ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇ ନୂତନ ଡାକ୍ତର କ୍ୱାଟର କାର୍ଯ୍ୟ ସମ୍ପର୍କରେ ବୁଝିଥିଲେ। ଡାକ୍ତର କ୍ଵାଟର ଏପର୍ଯ୍ୟନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ହସ୍ତାନ୍ତର ହୋଇନଥିବା ବିଷୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ଅରବିନ୍ଦ ପଣ୍ଡା ସହ ଆଲୋଚନା କରିଥିଲେ। ଏବଂ ଏହା ଶୀଘ୍ର ହସ୍ତାନ୍ତର ଓ ବ୍ୟବହାର କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।ଶିବିର କାର୍ଯ୍ୟକ୍ରମ ଶେଷ ହେବା ପରେ କେ ୟାଈ ସି ସମସ୍ୟା ନେଇ ଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର ଝରିଗାଁ ବ୍ଲକ ଅନ୍ତର୍ଗତ ଚକଲା ପଦର ପଞ୍ଚାୟତ ଗସ୍ତ କରିଥିଲେ। ଚଳିତ ମାସ ଶେଷ ସୁଦ୍ଧା ଆବାସ ଆବେଦନ ସମୟ ଶେଷ ହେଉଥିବାରୁ ଏହି ଚକଲା ପଦର ଅଞ୍ଚଳବାସୀ ନେଟୱର୍କ ସୁବିଧା ଉପଲବ୍ଧ ରୁ ବଞ୍ଚିତ ହୋଇଆସୁଛନ୍ତି। ଯାହାଫଳରେ ଲୋକେ କେ ୟାଈ ସି ଅପଡେଟ କରିପାରିନାହାନ୍ତି। ଜନବସତି ଠାରୁ ଅନେକ ଦୂର ରେ ଉଠାଣିଆ ସ୍ଥାନରେ ନେଟୱର୍କ ଆସୁଥିବାରୁ ସେହି ସ୍ଥାନରେ ଲୋକେ ଯାଇ କେ ୟାଏ ସି ଏବଂ ଆଧାର ଅପଡେଟ କରୁଥିବା ଦେଖିବାକୁ ମିଳୁଛି।ଅନ୍ୟପକ୍ଷେ ମାସ ଶେଷ ହେବାକୁ ଆଉ ୭ ଦିନ ବାକି ରହିଲା। ସି ଏସ ଓ ଅଜୟ କୁମାର ମଲ୍ଲିକ ଙ୍କ କହିବା ପ୍ରକାରେ ଜିଲ୍ଲାରେ ଢେଡ ଲକ୍ଷ ରୁ ଉର୍ଦ୍ଧ୍ ଏଵଂ ଝରିଗାଁ ବ୍ଲକ ରେ ପ୍ରାୟା 24 ହଜାର ରୂ ଉର୍ଧ ହିତାଧିକାରି ଅପଡେଟ କରି ସାରି ଥିବା ବେଳେ ଏହି ପଞ୍ଚାୟତ ରେ ହାରାହାରି ୧୬୦୦ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ଇ କେ ୟୀ ସି କରି ପାରି ନାହାଁନ୍ତି। ତେବେ ଚାକଲା ପଦର ପଞ୍ଚାୟତ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଦୀର୍ଘଦିନ ଧରି ଏଠାରେ କୌଣସି ନେଟୱର୍କ ସୁବିଧା ନଥିବା ଯୋଗୁଁ ଅଞ୍ଚଳବାସୀ ନିଜ ନିଜ ଆଧାର କାର୍ଡ ସଂଶୋଧନ କରିନଥିବା ବେଳେ ଇ କେ ୟେଇ ସି କରିପାରି ନାହାନ୍ତି। ଯାହା କି ଜିଲ୍ଲାପାଳଙ୍କ ନଜରରେ ପଡିଥିଲା। ତେବେ ଆଜି ଯୁଗ୍ମ ଜନଶୁଣାଣୀ ସାରିବା ପରେ ଚକଳା ପଦର ପଞ୍ଚାୟତ ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହ ସଂପୃକ୍ତ ବିଭାଗୀୟ କର୍ମଚାରୀ ଏବଂ କାର୍ଯ୍ୟଭାର ଅଧିକ ନଥିବା ଯୋଗାଣ ସହାୟକ ଙ୍କୁ କେ ୟାଇ ସି ଅପଡେଟ ଏବଂ ଆଧାର ଅପଡେଟ କରିବାକୁ ଅସ୍ଥାୟୀ କ୍ୟାମ୍ପ କରି ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User