ଚତୁର୍ଥ ଦିବସରେ ବିକାଶ ମେଳା

Jun 16, 2025 - 18:48
0 40

 କଳାହାଣ୍ଡି ଜିଲ୍ଲା ୧୬/୦୬(ଷ୍ଟାରନିୟୁଜ ଓଡିଶା)ଚତୁର୍ଥ ଦିବସରେ  ଭବାନୀପାଟଣା ସ୍ଥିତ ଲାଲ ବାହାଦୂର ଷ୍ଟାଡିୟମ ଠାରେ ଅନୁଷ୍ଠିତ "ବିକାଶ ମେଳା ଓ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ଉତ୍ସଵ 2025" କାର୍ଯ୍ୟକ୍ରମରେ ଶ୍ରୀ ଦୟାମୟ ପାଢ଼ୀ ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କଳାହାଣ୍ଡି, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା, ବିଡ଼ିଓ ନର୍ଲା, ବିଡ଼ିଓ କେସିଙ୍ଗା, ବିଡିଓ ଭବାନୀ ପାଟଣା ଓ ତହସିଲଦାର କଳାହାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସାଂସ୍କୃତିକ ଅଧିକାରୀ ବିବେକା ମହାନନ୍ଦ ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ  ସ୍ବାଗତ ସମର୍ଦ୍ଧନା କରିଥିଲେ। ସଭାରେ ସତୁରୀ ବର୍ଷ ରୁ ଉର୍ଦ୍ଧ୍ବ  ବୟସ୍କା ବୃଦ୍ଧ ବୃଦ୍ଧାଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ, ବସୁନ୍ଧରା ଯୋଜନା ର ହିତାଧିକାରୀ ମାନଙ୍କୁ ପଟ୍ଟା ବଣ୍ଟନ,ଦିବ୍ୟାଙ୍ଗ ଭତା ପ୍ରଦାନ ଓ ବିଶ୍ବ ପରିବେଶ ଦିବସରେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହ ଉପ ଧୌକାନ ସହ ପୁରସ୍କୃତ  କରାଯାଇଥିଲା।।କାର୍ଯ୍ୟକ୍ରମରେ ସଂଗୀତ ବିଚିତ୍ରା, ଘୁମୁରା, ସମ୍ବଲପୁରୀ ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏବଂ ବିଭିନ୍ନ  ଷ୍ଟଲ୍ ମାନଙ୍କରେ ପାରମ୍ପରିକ ଖାଦ୍ୟ ଦେଖିବାକୁ ମିଲିଥିଲା 
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 4
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User