ଦୁତୀ ମେଣ୍ଡି ଓ ଅରାପାଜୁରେ ବିକାଶ ବାହାନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

Jun 16, 2025 - 21:12
0 41

ଖଜୁରୀପଡା, ୧୬l୬ (ଷ୍ଟାର ନିୟୁଜ) : କେନ୍ଦ୍ରରେ ସରକାରଙ୍କ ୧୧ ବର୍ଷ ଓ ରାଜ୍ୟରେ ସରକାର ୧ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କର ବିଭିନ୍ନ ଜନ ହିତକାରୀ କଲ୍ୟାଣ ଯୋଜନା କିପରି ଜନସାଧାରଣ ପାଖରେ ପହଞ୍ଚିବ ସେଥିପାଇଁ ଲୋକ ମାନଙ୍କୁ ସଚେତନ କରିବା ସହିତ ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ରମରେ ରାସନ୍ କାର୍ଡ,ଆବାସ ଗୃହ କାର୍ଯ୍ୟାଦେଶ ପରି ବିଭିନ୍ନ ଯୋଜନା ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ଦୁତୀ ମେଣ୍ଡି ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ମଲିକ, ସମିତି ସଭ୍ୟା ଉଶାବତୀ ଗଣ୍ଡା, ଅରାପାଜୁ ସରପଞ୍ଚ ଭାଗ୍ୟବତୀ ଦେହୁରୀ, ସମିତି ସଭ୍ୟା ସୁଭଦ୍ରା ବେହେରା,ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ବିଜେପି ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର ଯୋଗଦେଇ ଥିବା ବେଳେ ଖଜୁରୀପଡା ବିଡ଼ିଓ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହୀନିପତି, ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ସାହୁ, ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରଦ୍ଧାଞ୍ଜଳି ରାଉତ,ମହେଶ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User