ମାଁ ପୀତାବାଳୀ ଯୁବକ ସଂଘର ଦୁଇଦିନିଆ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ।
ଖଜୁରୀପଡା, ୧୬l୬(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଅରାପାଜୁ ଗ୍ରାମପଞ୍ଚାୟତ ମାଁ ପୀତାବାଳୀ ଯୁବକ ସଂଘର ଆୟୋଜନରେ ଦୁଇଦିନିଆ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଜୁରୀପଡା ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ କୁମାର ଦିଗାଲ ଉଦ୍ ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅରାପାଜୁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଜୟଦେବ ଦେହୁରୀ, ଅରାପାଜୁ ଲୋକପ୍ରିୟ ରଞ୍ଜନ ପ୍ରଧାନ (ଲୁଲୁ), କିଓସ୍କ ବ୍ୟାଙ୍କ ଅଧିକାରୀ ଉପାସନା ଦିଗାଲ,ଯୁବ ସମାଜ ସେବୀ ବିକାଶ କୁମାର ଦିଗାଲ ପ୍ରମୁଖ ଯୋଗଦେଇ ଥିଲେ । ଏଥିରେ ବ୍ଲକର ୮ ଟିମ୍ ଭାଗ ନେଇଛନ୍ତି । ଆଜି ୨ ଟି ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଗୋଟିଏ ସେମିଫାଇନାଲ ମ୍ୟାଚ୍ ହୋଇଥିଲା ଦଳପଡା ଟିମ୍ କୁ ପରାସ୍ତ କରି ଗେଡ୍ରିପାଜୁ ବିଜୟୀ ହୋଇ ଫାଇନାଲକୁ ପ୍ରଥମ ଦଳ ଭାବେ ପ୍ରବେଶ କରିଥିଲା ।

What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)