ପୁରୋହିତ ପ୍ରହଲ୍ଲାଦ ନନ୍ଦଙ୍କ ବିୟୋଗରେ ଶୋକର ଛାୟା ।

Jul 31, 2025 - 19:37
 0  32
ପୁରୋହିତ ପ୍ରହଲ୍ଲାଦ ନନ୍ଦଙ୍କ ବିୟୋଗରେ ଶୋକର ଛାୟା ।

ଫିରିଙ୍ଗିଆ,୩୧l୭ (ଷ୍ଟାର ନିୟୁଜ) :କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କେଳାପଡା ଗାଁ ର ଜଣାଶୁଣା ଶତାୟୁ ପୁରୋହିତ ପ୍ରହଲ୍ଲାଦ ନନ୍ଦଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ପ୍ରକାରେ ଆଜି ଫିରିଙ୍ଗିଆ ଅଞ୍ଚଳର ସବୁ ଘରେ ଘରେ ପୁରୋହିତ ଭାବରେ ପରିଚିତ ପ୍ରହଲ୍ଲାଦ ନନ୍ଦଙ୍କ ଗୁରୁବାର ଦିନ ୨ ଟା ସମୟରେ ରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କର ବୟସ ୧୧୦ ବର୍ଷ ହୋଇଥିଲା । ମୃତ୍ୟୁ ସମୟରେ ତାଙ୍କର ପୁତ୍ର ସତ୍ୟନାରାୟଣ ନନ୍ଦ,ଭୁଲେଶ୍ଵର ନନ୍ଦ, କୃପାସିନ୍ଧୁ ନନ୍ଦ,ନାତି ଆରତ ନନ୍ଦ, ଧନେଶ୍ଵର ନନ୍ଦ ସହିତ ପରିବାର ଉପସ୍ଥିତ ଥିଲେ । ସେ ଜଣେ ପୁରୋହିତ ଓ ମିଷ୍ଟଭାଷୀ ମେଳାପୀ ବ୍ୟକ୍ତି ହୋଇ ଥିବାରୁ ମୃତ୍ୟୁ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

What's Your Reaction?

like

dislike

love

funny

angry

sad

wow