ଅଟୋ ଦୁର୍ଘଟଣାରେ ୨ ଜଣ ଗୁରୁତର ।

Jun 26, 2025 - 10:40
0 584
ଅଟୋ ଦୁର୍ଘଟଣାରେ ୨ ଜଣ ଗୁରୁତର ।

ଝରିଗାଁ,୨୬l୬ (ଷ୍ଟାର ନିୟୁଜ ଓଡିଶା):  ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଜୁନାପାଣି ଗ୍ରାମ ନିକଟରେ ସାଇକଲ ସହ ଅଟୋ ଧକ୍କା ହୋଇ ଅଟୋ ଓଲଟି ପଡିବା ଯୋଗୁଁ ଚାରି ଜଣ ଆହତ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ ଚିତାବେଡା ପଞ୍ଚାୟତ ଅନ୍ତର୍ଗତ ଷଣ୍ଡସା ଗ୍ରାମର ୧୬ ଜଣ ଶ୍ରମିକ ଆଜି ସକାଳୁ ଏକ ଅଟୋ ଯୋଗେ ତେଲନଦୀ ଗ୍ରାମକୁ କାମ କରିବା ପାଇଁ ଯାଉଥିଲେ।ତେବେ ପ୍ରାୟ ଦିନ ସାଢେ ୯ଘଣ୍ଟା ସମୟରେ କରମରୀ ଏବଂ ଜୁନାପାଣି ଗ୍ରାମ ମଝିରେ ବିପରୀତ ଦିଗରୁ ସାଇକେଲରେ ଆସୁଥିବା ଛାତ୍ର ଗୁରୁପଦ ଜାନୀଙ୍କ ସହ ଧକ୍କା ହୋଇ ଅଟୋ ଓଲଟି ପଡିଥିଲା।ଦୁର୍ଘଟଣା ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଆମ୍ବୁଲାନ୍ସ ଯୋଗେ ଗୁରୁତର ଏବଂ ଆହତ ମାନଙ୍କୁ ଝରିଗାଁ ଗୋଷ୍ଠୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସଣ୍ଡସା ଗ୍ରାମର ଶ୍ରମିକ ସେବିକା ଭତ୍ରା(୩୨)ଙ୍କ ମୁହଁ ସହ ଛାତି ଏବଂ ଜୁନାପାଣି ଗ୍ରାମର ଛାତ୍ର ଗୁରୁପଦ ଜାନୀ (୧୩)ଙ୍କ କପାଳ ଏବଂ ଆଣ୍ଠୁରେ ଗଭୀର ଆଘାତ ହୋଇଥିବା ଯୋଗୁଁ ଉନ୍ନତ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।ସେହିପରି ମହିଳା ଶ୍ରମିକ ମୋତି ଗୌଡ଼ ଏବଂ ବୁଧବାରି ଗୌଡ଼ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User