ଜଙ୍ଗଲ ଜମି ପଟ୍ଟା କରାଇଦେବା ନାଁରେ ଗରିବଙ୍କ ଲକ୍ଷାଧିକ ଟଙ୍କା ଖାଇଯିବା ଘଟଣା ଉଚ୍ଚ ତଦନ୍ତ ଆରମ୍ଭ ।

Jul 31, 2025 - 19:20
 0  109
ଜଙ୍ଗଲ ଜମି ପଟ୍ଟା କରାଇଦେବା ନାଁରେ ଗରିବଙ୍କ ଲକ୍ଷାଧିକ ଟଙ୍କା ଖାଇଯିବା ଘଟଣା ଉଚ୍ଚ ତଦନ୍ତ ଆରମ୍ଭ ।

ଝରିଗାଁ,୩୧l୭  ( ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ଫରେଷ୍ଟ ଅଧୀନରେ ଥିବା ମୋହରା ସେକ୍ସନରେ କାର୍ଯ୍ୟରତ ତତ୍କାଳୀନ ଫରେଷ୍ଟର ପ୍ରଦୀପ ଦାଶ ଚନ୍ଦାହାଣ୍ଡି ବ୍ଲକ ଦଳବେଡା ପଂଚାୟତର କାଦୋପାଣି ଗ୍ରାମର 17ଜଣ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା କରିଦେବି କହି 5 ରୁ 10ହଜାର ଲେଖାଏ ଟଙ୍କା ଠକି ଗୋଟିଏ ଲେଖାଏ ରସିଦ ଦେଇ ଚଞ୍ଚକତା କରିଥିଲେ |ପରବର୍ତୀ ସମୟରେ ହିତାଧିକାରୀମାନେ ଠକାମୀର ଶିକାର ହୋଇଥିବା ଜାଣି ଚଳିତ ମାସର 25ତାରିଖ ଦିନ ଝରିଗାଁ ବନ ବିଭାଗ କାର୍ଯ୍ୟାଳୟରେ ପହଂଚି ବନପାଳଙ୍କ ଜରିଆରେ ଜିଲ୍ଲା ବନ ସୁରକ୍ଷା ଅଧିକାରୀ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ଜମି ବିଭାଗୀୟ ମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ଦେଇଥିଲେ |ଏ ଖବର ଟି ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରଶାସନ ତତ୍ପରତା ଦେଖେଇ ବର୍ତମାନ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |ଗତକାଲି ନବରଙ୍ଗପୁର ଏସିଏଫ ସୁବାସ ଚନ୍ଦ୍ର ଖୁଣ୍ଟିଆ ଝରିଗାଁ ବନ ବିଭାଗ କାର୍ଯ୍ୟାଳୟରେ ପହଂଚି ଘଟଣାର ତଦନ୍ତ ଜାରି ରଖିଛନ୍ତି |ତଦନ୍ତ ସରିଲା ପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସେ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |ବର୍ତମାନ ଦେଖିବାକୁ ବାକି ରହିଲା, ଗରିବ ଆଦିବାସୀ ମାନଙ୍କୁ ନ୍ୟାୟ କେବେ ମିଳୁଛି? ନା ତଦନ୍ତ ନାରେ ଫାଇଲ ବନ୍ଦ ହୋଇଯିବ ତାହା ସମୟ କହିବ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow