ନିଖିଳ ଭାରତ ସ୍ୱାୟତ୍ତ ଶାସନ୍ ଦିବସ୍-୨୦୨୫

Sep 01, 2025 - 11:46
0 17
ନିଖିଳ ଭାରତ ସ୍ୱାୟତ୍ତ ଶାସନ୍ ଦିବସ୍-୨୦୨୫

କଳାହାଣ୍ଡି,ତା.୩୧ / ୦୮(ଷ୍ଟାରନିଉଜ ଓଡିଶା )ଭବାନୀପାଟଣା ପୌରପାଳିକା ଆନୁକୁଲ୍ୟରେ ଟାଉନ୍ ହଲ୍, ଭବାନୀପାଟଣା ରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଅଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀମତୀ ମାଳବିକା ଦେବୀ ମାନ୍ୟବର ସାଂସଦ ,ଲୋକସଭା କଳାହାଣ୍ଡି,  ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ,
ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି ତଥା ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା, ଶ୍ରୀଯୁକ୍ତ ପ୍ରଭାତ ପରିଡା,ଉପ ଜିଲ୍ଲାପାଳ, ଅନିବେଶ ପ୍ରଧାନ ପ୍ରୋବେନ‌ସାରି ଅତିରକ୍ତ ଜିଲ୍ଲାପାଳ କଳାହାଣ୍ଡି, ଶ୍ରୀଯୁକ୍ତ ଚିନ୍ମୟ କୁମାର ନାୟକ, ସ୍ଵତନ୍ତ୍ର ଭୂ-ଅଧିଗ୍ରହଣ ଅଧିକାରୀ, କୁସୁମଖୁଣ୍ଟି ଏହି ସମସ୍ତେ  କାର୍ଯ୍ୟକ୍ରମରେ ଯୋଗଦାନ କରି ସଭା କୁ ସାଫଲ୍ୟ ମଣ୍ଠିତ କରିଥିଲେ ।
ଏହି  ସଭାରେ ରେ ସମସ୍ତଙ୍କର ଉପସ୍ଥିତି ରେ ଏକ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା। ଏବଂ ସକାଳ ସମୟରେ ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ ନଗରପାଳଙ୍କ ଦ୍ବାରା ମାଲ୍ୟାର୍ପଣ ଏବଂ ପୌରପାଳିକା କାର୍ଯ୍ୟାଳୟ ପ୍ରାଙ୍ଗଣରେ

ନଗରପାଳଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ ସହିତ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟା କାର୍ଯ୍ୟକ୍ରମରେ ସାଧାରଣ ସଭା, ସମ୍ବର୍ଦ୍ଧନା, କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ ତା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lସ୍ୱାୟତ୍ତ ଶାସନ ପ୍ରତିଷ୍ଠିତ ହେବାଦ୍ବାରା ନାଗରିକମାନଙ୍କର ସ୍ଥାନୀୟ ଶାସନରେ ସିଧାସଳଖ ଭୂମିକା ନେବାର କ୍ଷମତାକୁ  ସୁଯୋଗ ମିଲେ ଓ ଲୋକମାନଙ୍କ ର ରାଜନୌତିକ,ସାମାଜିକ,ଅର୍ଥନୌତିକ ଶିକ୍ଷା,ବ୍ୟବସାୟିକ ଅଭିବୃଦ୍ଦି ଘଟେ।ଏହା କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପରିବର୍ତ୍ତେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଥାନୀୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ପ୍ରଶାସନ ସହିତ ଜଡିତ। ସ୍ୱାୟତ୍ତ ଶାସନ ଦିବସ ର ଅର୍ଥ ହେଲା  ସୁ ସାସନ । ଏହି କାଯ୍ୟ କ୍ରମ କୁ ମାଁ ମାଣିକେଶ୍ଵରୀ ମନ୍ଦିର ପ୍ରାଙ୍ଗଣ ରୁ ବାଜା ବଜେଇ ଏକ ରାଲି ମାଧ୍ୟମରେ ପୂରା ସହର ପରିକ୍ରମା କରିସାରିଲା ପରେ ଶେଷରେ ଭବାନୀପାଟଣା ଟାଉନ ହଳରେ ପହଞ୍ଚି କାଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା ।ଏ କାଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି ମାନଙ୍କ ମଧ୍ୟରୁ ପ୍ରମୋଦ କୁମାର ପାଢ଼ୀ ନିର୍ବାହୀ ଅଧିକାରୀ ,ବିଷ୍ଣୁ ପ୍ରଧାନ ନଗରପାଳ ଏବଂ ସମସ୍ତ ପରିଷଦ, ସମସ୍ତ କାଉନସିଲର ବୃନ୍ଦ ଏବଂ ମୂଖ୍ୟ କିରାଣି ଅବଦୁଳ ୱାରିସ୍ ସାର ଓ ଅନ୍ୟାନ କାଯ୍ୟକର୍ତ୍ତା ଉପସ୍ଥିତ ରହି କାଯ୍ୟକୁ ସୁଚାରୁ ରୂପେ ତୁଲାଇ ଥିଲେ । ସଭାଶେଷରେ  ଭବାନୀପାଟଣା ପୌରପାଳିକା ଧନ୍ୟବାଦ ଅର୍ପଣ  କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିଉଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User