ମରଣଯନ୍ତା ପାଲଟିଛି ବୁଟି ପଦର ଗାଁ ରାସ୍ତା ।

Sep 01, 2025 - 09:00
0 82
ମରଣଯନ୍ତା ପାଲଟିଛି ବୁଟି ପଦର ଗାଁ ରାସ୍ତା ।

ନବରଙ୍ଗପୁର,୧l୯(ଷ୍ଟାର ନିୟୁଜ ଓଡିଶା ) : ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ବ୍ଲକର ପୂଜାରୀଗୁଡା ଗ୍ରାମ ପଞ୍ଚାୟତର ବୁଟିପଦର ଗ୍ରାମ ର ରାସ୍ତା ଅତି ଖରାପ ହୋଇ ଯାଇଥିବାରୁ ସ୍ଥାନୀୟ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉ ଥିବାର ଦିଖିବାକୁ ମିଳୁଛି |ଏହି ରାସ୍ତା ଦେଇ ଅନେକ ମୋଟର ସାଇକେଲ, ଅଟୋ ଓ ବିଭିନ୍ନ ପ୍ରକାର ଯାନବାହାନ ସବୁବେଳେ ଯାତାୟାତ କରିବା ସହ ଲଷ୍ମୀ ବସ୍ ମଧ୍ୟ ଏହି ରାସ୍ତାରେ ଯାତାୟାତ କରୁଛି | ପୁଣି ଗ୍ରାମର ଅନେକ କୁନି କୁନି ଛାତ୍ର ଛାତ୍ରୀ, ବୃଦ୍ଧ,ବୃଦ୍ଧା,ରୋଗୀମାନେ ଏହି ରାସ୍ତା ଦେଇ ନବରଙ୍ଗପୁର ଯିବା ଆସିବା କରିଥାନ୍ତି | ପୁଣି ଅନେକ ରାଜନୈତିକ ନେତା ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏହିରାସ୍ତା ଦେଇ ସବୁବେଳେ ଯାତାୟାତ କରୁଛନ୍ତି | କିନ୍ତୁ ରାସ୍ତା ଉପରେ କୌଣସି ରାଜନୈତିକ ନେତା ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି କାହିଁକି ପୋଡୁ ନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଥିବାର ଦେଖିବାକୁ ମିଳୁଛି | ଗ୍ରାମବାସୀ ଅନେକ ଥର ସ୍ଥାନୀୟ ସରପଞ୍ଚ, ବିଧାୟକ ଓ ବିଡିଓଙ୍କୁ ନିଜ ଗ୍ରାମ ରାସ୍ତା ଓ ଡ୍ରେଞ୍ଚ ପାଇଁ ଅନୁରୋଧ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟ ହେଉ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି | ତାହା ସହିତ ସମ୍ପୂର୍ଣ ଭାବେ ଜନପ୍ରତିନିଧି ଦାୟୀ ବୋଲି ଜନସାଧାରଣ ମତ ପ୍ରକାଶ କରିଛନ୍ତି | ପୁଣି କହିଛନ୍ତି ପ୍ରତ୍ୟେକ ବର୍ଷ ନିର୍ବାଚନ ଆସିଗଲେ ରାଜନେତା ମାନେ ଆସି ବିଭିନ୍ନ ପ୍ରତିଶ୍ରୁତି ଦେଇ ଚାଲିଯାନ୍ତି ଓ଼ ନିର୍ବାଚନ ସରିଗଲେ ଗ୍ରାମବାସୀଙ୍କ କଥାକୁ ଭୁଲି ଯାଉଛନ୍ତି ବୋଲି, ଗ୍ରାମବାସୀ ମାନେ ଦୁଃଖର ସହିତ ମତ ପ୍ରକାଶ କରିଛନ୍ତି | ବର୍ତ୍ତମାନ ରାସ୍ତାର ଅବସ୍ଥା ବଡ଼ ସାଂଘାତିକ ଭାବରେ ରହିଛି |ଦିନ ରାତି ଶହ ଶହ ଯାନବାହାନ ଉକ୍ତ ରାସ୍ତା ଦେଇ ମେଡିକାଲ ,ବଜାର,ଏଟିଏମ, ବ୍ଲକ କାର୍ଯ୍ୟାଳୟ, ପଞ୍ଚାୟତ, କଲେଜ,ଥାନା, ସହ ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନରେ ଅତୀ ଜରୁରୀ କାଳୀନ ପରିସ୍ଥିତିରେ ଯିବା ଆସିବା ସମୟରେ ଅନେକ ସମୟରେ ଦୁର୍ଘଟଣା ଘଟୁ ଥିବାରୁ ରାସ୍ତାକୁ ଅତି ଶୀଘ୍ର ମରାମତି କରିବା ପାଇ ଗ୍ରାମବାସୀ ସରକାରଙ୍କୁ ନିବେଦନ କରିଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User