ଶାନ୍ତି ଶୃଙ୍ଖଳା ରେ ଫିରିଙ୍ଗିଆ ରେ ସରିଲା ଗଣେଶ ପୂଜା ବିସର୍ଜନ I

Aug 31, 2025 - 21:21
0 120
ଶାନ୍ତି ଶୃଙ୍ଖଳା ରେ ଫିରିଙ୍ଗିଆ ରେ ସରିଲା ଗଣେଶ ପୂଜା ବିସର୍ଜନ I

ଫିରିଙ୍ଗିଆ, ୩୧l୮(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ଏବଂ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଅନୁଷ୍ଠିତ ହୋଇଥିବା ଗଣେଶ ପୂଜା ବିସର୍ଜନ ଶାନ୍ତି ଶୃଙ୍ଖଳାର ସହ ସରିଛି I ଚଳିତ ବର୍ଷ ଫିରିଙ୍ଗିଆ ବ୍ଲକ ରେ ପ୍ରାୟ ୫୦ ରୁ ଅଧିକ ଜାଗାରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଫିରିଙ୍ଗିଆ ସହର ର ଗଣେଶ ମାର୍କେଟ ରେ ଥିବା ଫମ୍ସନ କମିଟି ର ଗଣେଶ ପୂଜା ର କୋଡିଏ ଫୁଟ ର ମୂର୍ତ୍ତି ଓ ମଣ୍ଡପ ର ସାଜସଜ୍ଜା ବେସ ସୁନ୍ଦର ହୋଇଥିଲା I ରବିବାର ସନ୍ଧ୍ୟା ସମୟରେ ଏହି ଫମ୍ସନ କମିଟି ର ମୂର୍ତ୍ତି ବିସର୍ଜନ ରେ ମଧ୍ୟ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା I ତେବେ ଏହି ବିସର୍ଜନ ରେ କନ୍ଧମାଳ ଜିଲ୍ଲା ବାଲିଗୁଡା ରୁ ଆସିଥିବା ଅଘୋରୀ ନୃତ୍ୟ କଳାକାର ଙ୍କ ଶିବ ତାଣ୍ଡବ ନୃତ୍ୟ ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ସମ୍ୱଲପୁରୀ ପାରମ୍ପରିକ ଦୁଲଦୁଲି ବାଜରେ ସାରା ଫିରିଙ୍ଗିଆ ସହର କମ୍ପି ଉଠିଥିବା ବେଳେ ସହର ବାସି ମଧ୍ୟ ବିସର୍ଜନ ଶୋଭାଯାତ୍ରା ର ଭରପୁର ମଜା ଉଠାଇଥିଲେ I ତେବେ ଏହି ଶୋଭାଯାତ୍ରାରେ ଭିଡ଼ ନିୟନ୍ତ୍ରଣ କରିବା ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଙ୍କ ନିର୍ଦେଶ କ୍ରମେ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ I ସେପଟେ ଏହି ବିସର୍ଜନ ଶୋଭାଯାତ୍ରା ରେ କମିଟି ର ସଭାପତି ଜିତୁ ମୁଖୀ ଙ୍କ ସହ ସମ୍ପାଦକ ସୁଜିତ ମହାରଣା, କୋଷାଧକ୍ଷ ତନ୍ମୟ ଗୌଡ଼,କମିଟି ସଦସ୍ୟ ସୁଭାଶିଷ ସାହୁ, ପ୍ରକାଶ ବେହେରା, ଅଜିତ ସାହୁ, ଦେବାଶିଷ ସାହୁ, ବାବୁଲା ବେହେରା, ଦୀନବନ୍ଧୁ ମହାରଣା, ରଂଜିତ ମହାରଣା ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I ସେହି ପରି ଖଜୁରୀପଡା ମା ବରକାଣ୍ଡି ଯୁବକ ସଙ୍ଘ ର ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏହି ସଭାଯାତ୍ରା ରେ ବାଘ ନୃତ୍ୟ ମୁଖ୍ୟ ଆକର୍ଷଣ ସାଜିଥିଲା I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ)

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User