ତେଜିଲା ମଦ ବିରୋଧୀ ଆନ୍ଦୋଳନ I ଘରଘର ପସି ମଦ ପୋଚ ଓ ମହୁଲି ମଦ କୁ ନଷ୍ଟ କଲେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା I

ଫିରିଙ୍ଗିଆ, ୩୧l୮(ଷ୍ଟାର ନିୟୁଜ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ମାନଙ୍କରେ କିଛିଦିନ ହେଲା ଚୋରା ବିଦେଶୀ ଓ ଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହି ମଦ ପାଇଁ ଅଂଚଳରେ ଅସାମାଜିକ କାରବାର ମଦ୍ୟ ବୃଦ୍ଧି ପାଇଛି I ଏହି ମଦ କାରବାର କୁ ବନ୍ଦ କରିବାରେ ପୋଲିସ ଓ ଅବକାରୀ ବିଭାଗ ସମ୍ପୂର୍ଣ ବିଫଳ ହୋଇଥିବା ବେଳେ ଏବେ ଅଂଚଳରୁ ମଦ କାରବାର କୁ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ମାନେ I ଫିରିଙ୍ଗିଆ ସହରରେ ଆରମ୍ଭ ହୋଇଛି ମହିଳା ଙ୍କ ମଦ ବିରୋଧୀ ଆନ୍ଦୋଳନ I ଏହି ପରିପେକ୍ଷୀରେ ରବିବାର ବିଜେପି ମହିଳା ନେତ୍ରୀ ତଥା ଫିରିଙ୍ଗିଆ ସହରର ନାହଣା ଗାଁ ରେ ଥିବା ମା ତୁଳସୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ର ସଭାନେତ୍ରୀ ଲୀଳାବତୀ ଦିଗାଲ ଙ୍କ ନେରୁତ୍ବ ରେ ଅନ୍ୟ ଏକ ମହିଳା ଗୋଷ୍ଠି ଅର୍ଣ୍ଣପୂର୍ଣା ଗୃହ ର ମହିଳା ମାନେ ଗାଁ ରେ ଦେଶୀ ମଦ ରାନ୍ଧୁ ଥିବା ଓ ବିକ୍ରି କରୁଥିବା ବିଭିନ୍ନ ଘରେ ପସି ମଦ ରନ୍ଧା ଯାଉଥିବା ସାମଗ୍ରୀ କୁ ଭଙ୍ଗା ରୁଜା କରିବା ସହ ଏକ କୁଇଣ୍ଟାଲ ରୁ ଅଧିକ ମହୁଲ ପୋଚ, ପ୍ରାୟ ପଚାଶ ଲିଟର ମହୁଲି ମଦ କୁ ନଷ୍ଟ କରି ଦେଇଥିଲେ I ଅନ୍ୟପଟେ ମହିଳା ମାନେ ମଦ ରାନ୍ଧୁଥିବା ଲୋକଙ୍କୁ ତାଗିତ ମଧ୍ୟ କରିଥିଲେ I ସେପଟେ ମହିଳା ମାନଙ୍କ ଏଭଳି ପ୍ରୟାସ କୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ ଆଗାମୀ ଦିନରେ ଅଞ୍ଚଳରେ ଏଭଳି ମଦ ବିରୋଧୀ ଆନ୍ଦୋଳନ ଜାରି ରହିବ ବୋଲି ମହିଳା ମାନେ କହିଥିଲେ I
ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ)
What's Your Reaction?






