ଫିରିଙ୍ଗିଆ ବ୍ଲକ ପୀଡ଼ିଆଗୁଡା ଗାଁରେ ହାତୀ ଉପଦ୍ରବ, ଭୟରେ ଅଞ୍ଚଳବାସୀ, ସ୍ଥିତି ଉପରେ ନଜର ରଖିଛି ବନ ବିଭାଗ।

ଫିରିଙ୍ଗିଆ,୨୦l୬(ଷ୍ଟାର ନିୟୁଜ ଓଡ଼ିଶା): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତର ବାଡିଗୁଡା, ପୀଡ଼ିଆଗୁଡା ଜଙ୍ଗଲରେ ଗତ ୨ ମାସ ହେବ ଏକ ଜଙ୍ଗଲୀ ହାତୀ ଆସି ରହିଯାଇଛି l ଦୀର୍ଘ ୨ ମାସ ବିତିଥିଲେ ମଧ୍ୟ ହାତୀଟି ଜଙ୍ଗଲରେ ରହିଥିବାରୁ ଆଖପାଖ ଅଞ୍ଚଳର ୭ ରୁ ୮ ଖଣ୍ଡ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି।ଗତ ରବିବାର ଉକ୍ତ ଜଙ୍ଗଲୀ ହାତୀ ରାତି ପ୍ରାୟ ୧୧ ଟା ସମୟରେ ପୀଡ଼ିଆଗୁଡା ଗାଁର ବ୍ରହ୍ମା ମଲିକଙ୍କ ଘରର କାଠ ପଟା କାନ୍ଥ ଭାଙ୍ଗିବା ସହ ତାର ଜାଲି ବାଡ଼ ଭାଙ୍ଗିଦେଇଥିବା ଦେଖିବାକୁ ମିଳିଥିଲା। ତେବେ ଗୁରୁବାର ରାତି ପ୍ରାୟ ୧୨ ଟାରେ ପୁଣି ବ୍ରହ୍ମା ମଲିକଙ୍କ ଘରକୁ ଜାଇ ବାହାରେ ରଖା ଯାଇଥିବା ଏକ ଟପରୁ ପାଣି ପିଇବା ସହ ଘରର ବାଡ଼ ଭାଙ୍ଗି ଦେଇଥିଲା। ବ୍ରହ୍ମାଙ୍କ ଘର ପୀଡ଼ିଆଗୁଡା ଗାଁ ଠାରୁ ଦୂରରେ ଓ ଜଙ୍ଗଲ ପାଖରେ ଥିବାରୁ ହାତୀଟି ବାରମ୍ବାର ସେହି ଘରକୁ ଟାର୍ଗେଟ କରୁଛି। ଏଭଳି ବାରମ୍ୱାର ଘଟୁଥିବାରୁ ପରିବାର ଲୋକେ ଭୟଭୀତ ହୋଇ ରହିଛନ୍ତି l ଗତ କାଲି ରାତିରେ ଘରର ଆଜବେଷ୍ଟର କାଠ ଟେକିବାକୁ ଚେଷ୍ଟା କରିବାରୁ ଘର ଭିତରେ ମାଟି କାନ୍ଥରୁ ମାଟି ଖସିଯାଇଥିଲା। ଏହାଦେଖି ବ୍ରହ୍ମା ନିଜେ ପାଟି କରିବା ସହ ଘର ବାହାରକୁ ବାହାରି ଆସିଥିଲେ। ବ୍ରହ୍ମାଙ୍କ ଚିତ୍କାର ଶୁଣି ହାତିଟି ଜଙ୍ଗଲ ଆଡକୁ ଚାଲିଯାଇଥିଲା l ବ୍ରହ୍ମା ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରିୟା କହଁର ଛୋଟ ୪ ମାସର ପୁଅ ସହ ତିନି ବର୍ଷର ଝିଅକୁ ଧରି ଘର ଭିତରେ ସୋଇଥିବା ବେଳେ ୨ ଥର ଜଙ୍ଗଲୀ ହାତୀ ଆସି ଘର କାନ୍ଥ, ବାଡ଼ ଭାଙ୍ଗିବା ସହ ଷ୍ଟିଲ ଗରା, ଥାଳି, ଗିନା ଆଦି ମାଡି ନଷ୍ଟ କରିଦେଇଛି lତେବେ ହାତିଟି ଗତ ୨ ମାସରୁ ଅଧିକ ହେବ ଗୋଚ୍ଛାପଡ଼ା ନିକଟ ଜଙ୍ଗଲରୁ ଆସି ଏହି ପୀଡ଼ିଆଗୁଡା, ବାଡିଗୁଡା ଓ ଡିମିରିଗୁଡାର ଆଖପାଖ ଜଙ୍ଗଲରେ ରହୁଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇ ରହିଛନ୍ତି l ଗତ ୪ ଦିନ ଭିତରେ ଗାଁ ମୁହାଁ ହାତୀ ହେଉଥିବା ବେଳେ ପ୍ରାୟ ଲୋକେ ଗାଁ ନିକଟ ଜଙ୍ଗଲରେ ଦେଖିଥିବା କହିଛନ୍ତି l ବର୍ତମାନ ସୁଦ୍ଧା ବନ ବିଭାଗ ହାତୀ ଘଡ଼େଇବାରେ ବିଫଳ ହୋଇଥିବା ବେଳେ ବନବିଭାଗର ବନପାଳ ବ୍ରଜ ସୁନ୍ଦର ଦାସ ଓ ତାଙ୍କ ଟିମ ପେଟ୍ରୋଲିଙ୍ଗ କରୁଥିବା ସୂଚନା ମିଳିଛି l ଅନ୍ୟପଟେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ପ୍ରଦୋଷ କୁମାର ମହାରଣାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇନଥିବା ବେଳେ ନୁଆଁପଦର ବନପାଳ ବ୍ରଜ ସୁନ୍ଦର ଦାସ ପ୍ରତିଦିନ ହାତୀର ଗତିବିଧି ଉପରେ ନଜର ରଖିବା ସହ ପେଟ୍ରୋଲିଙ୍ଗ କରାଯାଉଛି ବୋଲି କହିଛନ୍ତି l ତୁରନ୍ତ ଜଙ୍ଗଲରୁ ହାତୀକୁ ଘଉଡ଼େଇବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।
What's Your Reaction?






