ଅସହାୟ ବ୍ୟକ୍ତି ଙ୍କ ଶବ ଦାହ କଲେ ସମାଜ ସେବି I

Aug 13, 2025 - 21:11
0 451
ଅସହାୟ ବ୍ୟକ୍ତି ଙ୍କ ଶବ ଦାହ କଲେ ସମାଜ ସେବି I

ଫିରିଙ୍ଗିଆ,୧୩l୮(ଷ୍ଟାର ନିୟୁଜ): ଜଣେ ଅସହାୟ ବ୍ୟକ୍ତି ର ଶବ ଦାହ କରିଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର କିଛି ସମାଜ ସେଵି I ସୂଚନା ଅନୁସାରେ ଗତକାଲି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ବାଲନ୍ଦାପଡା ଗାଁ ନିକଟରେ ଜଣେ ବ୍ୟକ୍ତି ଅସହାୟ ଅବସ୍ଥାରେ ପଡିରହିଥିଲେ I ପରେ କିଛି ଲୋକ ତାଙ୍କୁ ଉଦ୍ଧାର କରି ତାଙ୍କୁ ସ୍ଥାନୀୟ ମେଡିକାଲ ରେ ଭର୍ତି କରିଥିଲେ I ପରେ ଚିକିତ୍ସିତ ଅବସ୍ଥାରେ ବ୍ୟକ୍ତି ଜଣକର ମୃତ୍ୟୁ ହୋଇଥିବା ବେଳେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା I ପରେ ଡାକ୍ତରଖାନାରେ ଗୋଛାପଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ୟକ୍ତି ଜଣକ ସେହି ବାଲନ୍ଦାପଡା ବଣିଆ ସାହିର ବୋଲି ଜଣାପଡିଥିଲା I ପୋଲିସ ମୃତ ଦେହ ଉଦ୍ଦାର କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ପଠେଇ ଦେଇଥିଲା I ତେବେ ବ୍ୟବଚ୍ଛେଦ ପରେ ଦୀର୍ଘ ସମୟ ଧରି ମୃତ ବ୍ୟକ୍ତି ଙ୍କ ସମ୍ପର୍କୀୟ ଶବ ନେବା ପାଇଁ ଆସିନଥିବା ବେଳେ ଫୁଲବାଣୀ ସହରର ସମାଜ ସେଵି ରାମଚନ୍ଦ୍ର ମହାନନ୍ଦିଆ, ବିଜୟ ମୁଖି, ଅଭିନାଶ ମହାନନ୍ଦିଆ, ଆସିକି କୁମାର ମୁଖି, ବସନ୍ତ ନାୟକ, ଇଟିଲି ବେହେରା, କାଁନ୍ହୁ ନାଏକ, ସୁଶାନ୍ତ କୁମାର ମୁଖି ଙ୍କ ସହ ଅନ୍ୟ କିଛି ବ୍ୟକ୍ତି ମୃତ ଦେହ କୁ ଫୁଲବାଣୀ ସ୍ଥିତ ସ୍ମଶାନ ରେ ଦାହ କରିଥିଲେ I ଜଣେ ଅସହାୟ ବ୍ୟକ୍ତି ଙ୍କ ଶବ କୁ ଦାହ କରି ଏହି ସମାଜ ସେବି ମାନେ ଉଦାହରଣ ସୃଷ୍ଟି କରିଥିବା ବେଳେ ଏହି ସମାଜ ସେବି ମାନଙ୍କ ଏଭଳି କାର୍ଯ୍ୟ କୁ ସାରା ଫୁଲବାଣୀ ଅଂଚଳରେ ବେସ ପ୍ରଶଂସା ମଧ୍ୟ କରାଯାଇଛି I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 6
Dislike Dislike 1
Love Love 1
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User