ଫିରିଙ୍ଗିଆ ରେ ଅନୁଷ୍ଠିତ ହେଲା ତ୍ରିରଙ୍ଗା ଶୋଭାଯାତ୍ରା I

Aug 13, 2025 - 20:47
Aug 13, 2025 - 21:00
 0  106
ଫିରିଙ୍ଗିଆ ରେ ଅନୁଷ୍ଠିତ ହେଲା ତ୍ରିରଙ୍ଗା ଶୋଭାଯାତ୍ରା I

ଫିରିଙ୍ଗିଆ, ୧୩l୮(ଷ୍ଟାର ନିୟୁଜ) : ସାରା ଦେଶରେ ଅଗଷ୍ଟ ଦଶ ତାରିଖ ଠାରୁ ପନ୍ଦର ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ସହ ବିଦ୍ୟାଳୟ ମହାବିଦ୍ୟାଳୟ ମାନଙ୍କରେ ସହିଦ ମାନଙ୍କ ସୃତି ଉଦେଶ୍ୟ ରେ ଓ ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣାଇବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଅନୁରୂପ ଭାବରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚୟତ ମହାବିଦ୍ୟାଳୟ ଓ ଫିରିଙ୍ଗିଆ ବ୍ଲକ ନୁଆଁପଦର ମଣ୍ଡଳ ତରଫରୁ ମଧ୍ୟ୍ୟ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ତେବେ ବୁଧବାର ଦିନ ଦଶଟା ସମୟରେ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ର ଅଧକ୍ଷ ନବଘନ ସାହୁ ଓ ପଞ୍ଚାୟତ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଡ଼. ଚିତ୍ତରଞ୍ଜନ ମିଶ୍ର ଙ୍କ ଅଧକ୍ଷୟତାରେ ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ହାତରେ ଜାତୀୟ ପତାକା ଧରି ସହର ର ମୁଖ୍ୟ ରାସ୍ତାରେ ଏକ ବିରାଟ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ I ଏହି ଶୋଭାଯାତ୍ରା ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ସହ ସାଂସଦ ଙ୍କ ଶିକ୍ଷା ବିଭାଗ ପ୍ରତିନିଧି କଂସଦେବ ସାହୁ ଓ ଯୁବ ବିଜେପି ନେତା ସଞ୍ଜୟ କୁମାର ସାହୁ, ବିଜେପି ନେତ୍ରୀ ସମ୍ପତି ଦିଗାଲ ଙ୍କ ସହ ସୁରକ୍ଷା ପାଇଁ ଫିରିଙ୍ଗିଆ ପୋଲିସ ର କର୍ମଚାରୀ ମାନେ ମଧ୍ୟ୍ୟ ଉପସ୍ଥିତ ଥିଲେ I ଠିକ ସେହିପରି ଫିରିଙ୍ଗିଆ ବ୍ଲକ ନୂଆପଦର ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ଦେବେଶ୍ୱର ଦୀପ ଙ୍କ ଅଧକ୍ଷତାରେ କେଳାପଡା ପଞ୍ଚାୟତ ର ବଇରୀକୁମ୍ପା ଠାରୁ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ଏଥିରେ ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ, ସାଂସଦ ପ୍ରତିନିଧି ଗୋଲକ ବିହାରୀ କହଁର, ରଘୁପତି କହଁର ଙ୍କ ସହ ନୁଆପଦର ମଣ୍ଡଳ ର ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ I ଶୋଭାଯାତ୍ରା ଶେଷରେ ସ୍ଥାନୀୟ ହାଇସ୍କୁଲ ପଡିଆରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଅଂଚଳର ବହୁ କର୍ମୀ ଓ ନେତା ତ୍ରିରଙ୍ଗା ଶୋଭାଯାତ୍ରା ର ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଆଲୋଚନା କରିଥିଲେ I 

What's Your Reaction?

like

dislike

love

funny

angry

sad

wow