ବିଧାୟକଙ୍କ ବିଭିନ୍ନ ଗ୍ରାମ ଗସ୍ତ ଓ ମା ଠାକୁରାଣୀ ଶେଷ ଦର୍ଶନ |

Apr 17, 2025 - 10:49
 0  90
ବିଧାୟକଙ୍କ ବିଭିନ୍ନ ଗ୍ରାମ ଗସ୍ତ ଓ ମା ଠାକୁରାଣୀ ଶେଷ ଦର୍ଶନ |

ଝରିଗାଁ,୧୭l୪ ( ଷ୍ଟାର ନୀୟୂଜ ଓଡ଼ିଶା): ଝରିଗାଁ ବିଧାୟକ ନରସିଂହ ଭତରା ଆଜି ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ଗସ୍ତ କରି ମା ଠାକୁରାଣୀ ଙ୍କ ଶେଷ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ବିଧାୟକ ଶ୍ରୀଯୁକ୍ତ ଭତରା ଝରିଗାଁ ବ୍ଲକ ଅନ୍ତର୍ଗତ ପୂର୍ଲା, କର୍ମରୀ, କୁଟ୍ରିଛାପର, ଭିତର କର୍ମରୀ ଆଦି ଗ୍ରାମ ସବୁ ଗସ୍ତକରି ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ମା ଠାକୁରାଣୀଙ୍କ ଶେଷ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି ।ବିଧାୟକ ଶ୍ରୀଯୁକ୍ତ ଭତରାଙ୍କ ଏହି ଗସ୍ତ ସମୟରେ ଝରିଗାଁ ସଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବରିଷ୍ଠ ବିଜେପି ନେତା ଗଣପତି ସାହୁ, ଚଚା ମଣ୍ଡଳର ମଣ୍ଡଳ ସଭାପତି ମହେଶ୍ୱର ତିୱାରୀ, ଚିତ୍ରସେନ ତିୱାରୀ, ପଞ୍ଚାନନ ବାବଳୀଙ୍କ ସମେତ ସମସ୍ତ ଜୋନ ସଭାପତି, ପଂଚାୟତ ସଭାପତି ଓ ଅନ୍ୟାନ୍ୟ ଦଳୀୟ କର୍ମୀ ଓ କର୍ମକର୍ତାମାନେ ବିଧାୟକଙ୍କ ଉକ୍ତ ଗସ୍ତରେ ସାମିଲ ରହିଥିଲେ ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow