ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ଚର୍ମରୋଗ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।

Apr 17, 2025 - 07:00
0 40
ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ଚର୍ମରୋଗ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।

ଭବାନୀପାଟଣା,୧୭l୪ (ଷ୍ଟାରନିଉଜ ଓଡିଶା ):ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ଚର୍ମରୋଗ ସ୍ୱାସ୍ଥ୍ୟ ଶିବିର ଟାଉନ୍ ଉଚ୍ଚ ବିଦ୍ୟାଳୟ ପୁରୁଣାପଡା ଭବାନୀପାଟଣା ର ମିଳିତ ସହଯୋଗ ରେ ଆଜି ଭବାନୀପାଟଣା ବ୍ଲକ ର ସ୍ଥାନୀୟ ଟାଉନ୍ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶେଷ ଚର୍ମ ରୋଗ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରାଧାନ ଶିକ୍ଷକ ଶ୍ରୀ ଗୋରେଖ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିର ରେ ଶିକ୍ଷୟିତ୍ରୀ ଶ୍ରୀମତି ଲଳିତା ନାୟକ, ଶ୍ରୀମତି ପୁଷ୍ପାଞ୍ଜଳୀ ରଥ, ଶ୍ରୀମତି ଅପର୍ଣ୍ଣା ସାହୁ,ଶ୍ରୀମତି ରାଜେଶ୍ୱରୀ ପଟ୍ଟନାୟକ, ଶ୍ରୀମତି ସରିତା ରଥ, ଶିକ୍ଷକ ଶ୍ରୀଯୁକ୍ତ ସ୍ଵାଗତ ମହାରଣା ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ସାରଦା ମିଶ୍ର ଙ୍କ ତତ୍ୱବାଧାନ ରେ ଏହି ଶିବିର ଅୟୋଜିତ ହେଇଯାଇଛି। ଏହି ସ୍ୱତନ୍ତ୍ର ଶିବିର ରେ ଅନୁନ୍ୟ ୩୧୦ ଛାତ୍ରଛାତ୍ରୀଙ୍କୁ ଚର୍ମରୋଗ ପରୀକ୍ଷା କରିବା ୨୧୫ ଜଣଙ୍କୁ ଔଷଧ ପ୍ରଦାନ କରାଯିବା ସହ ସଚେତନତା କରାଯାଇଥିଲା।ଏହି କାର୍ଯ୍ୟକ୍ରମ,ରାମକି ଫାଉଣ୍ଡେସନ ର ଚିକିତ୍ସକ ଡାକ୍ତର ବିମଲ କୁମାର ଷଡଙ୍ଗୀ ସହଯୋଗ କରିଥିଲେ। ସ୍ୱାସ୍ଥ୍ୟ ସଚେତନତା ଉପରେ ରାମକି ଫାଉଣ୍ଡେସନ ଶିବିର କରି ସମାଜ ଆଉ କଳାହାଣ୍ଡି ଅଂଚଳରେ ଲୋକଙ୍କ ସାଧାରଣ ସ୍ୱାସ୍ଥ୍ୟକୁ ସୁଧରିବା ରେ ମୁଖ୍ୟ ଭୂମିକା କରିଆସୁଛି ଏବଂ ଏପରି ବିଭିନ୍ନ ସ୍ୱାସ୍ଥ୍ୟ ସଚେତନା ଶିବିର କରି କଳାହାଣ୍ଡି ରେ ତାର ସେବା ତାଙ୍କ ଅନୁଷ୍ଠାନ ଜରିଆରେ କରିଆସୁଛନ୍ତି। ରାମକି ସଂସ୍ଥାର କଳାହାଣ୍ଡି ର ପିସି ,ଭେଷଜ ବିତରକ ଶ୍ରୀମତୀ ଜୋଷ୍ଣାରାଣୀ ବେହେରା, ନର୍ସି ଅଫିସର ଶ୍ରୀମତୀ ପଙ୍କଜିନି ରଣା,ଏଲଟି ନିତୁ ନାୟକ ପାଇଲଟ ନିରଞ୍ଜନ ହାତୀ ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତ ଥିଲେ। ଶେଷରେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀ ରୂପକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। 

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User