ଚିତାବେଡା ପଂଚାୟତରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ ।

Jul 15, 2025 - 21:29
 0  66
ଚିତାବେଡା ପଂଚାୟତରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ ।

ଝରିଗାଁ ,୧୫l୭ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚିତାବେଡା ଗ୍ରାମ ପଂଚାୟତରେ ଆଜି ନୂତନ ପଂଚାୟତ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ ହୋଇଛି |ଏହି ଉଦ୍ଘାଟନି ଉତ୍ସବରେ ମୁଖ୍ୟ ଅତିଥିଭାବେ ଝରିଗାଁ ବିଧାୟକ ନରସିଂହ ଭତରା ଯୋଗଦେଇ ରିବନ କାଟି ନୂତନ କୋଠାର ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଝରିଗାଁ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୌରଭ କେତନ ବେହେରା,ଚିତାବେଡା ସରପଞ୍ଚ ତୁଳାବତୀ ସାନ୍ତା,ଝରିଗାଁ ମଣ୍ଡଳ ସଭାପତି ସୁକାଳୁ ଗଣ୍ଡ, ଝରିଗାଁ ପୂର୍ବତନ ମଣ୍ଡଳ ସଭାପତି ଗଣପତି ସାହୁ, ବକଡାବେଡା ସରପଞ୍ଚ ଚଇତୁ ଭତରା, ଧୋଡ୍ରା ସରପଞ୍ଚ ମହେନ୍ଦ୍ର ଭତରା, କାନାକୋଟ ସରପଞ୍ଚ ଅର୍ଜୁନ ଭତରା, ପାଲିଆ ସରପଞ୍ଚ ରାଧା ସାନ୍ତା,ଚିତାବେଡା କନିଷ୍ଠ ଯନ୍ତ୍ରୀ ସାନ ମାହାଣ୍ଡି, ସମାଜସେବୀ ପଦ୍ମନ ସାନ୍ତା ପ୍ରମୁଖ ଯୋଗ ଦେଇଥିବା ଦେଖିବାକୁ ମିଲିଛି |ପଂଚାୟତ ପରିସରରେ ନୂତନ କୋଠା ନିର୍ମିତ ହେବା ପରେ ପଂଚାୟତବାସୀ ବେସ ଖୁସି ହେବା ସହିତ ଆଜିର ଏହି ଉଦ୍ଘାଟନି ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅତିଥିଗଣଙ୍କୁ ଧନ୍ୟବାଦ ଜଣେଇଛନ୍ତି |ହିନ୍ଦୁ ରୀତିନୀତି ଅନୁସାରେ ସମସ୍ତ ପୂଜା କାର୍ଯ୍ୟ ସମ୍ପନ୍ନ ହେବା ପରେ ସମସ୍ତେ ରିବନ କାଟି ଗୃହ ମଧ୍ୟରେ ପ୍ରବେଶ କରିଥିଲେ |ପଂଚାୟତ ଗୃହର ଅଭାବ ଥିବା ଯୋଗୁଁ ପୂର୍ବରୁ ପଂଚାୟତବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ |ବର୍ତମାନ ନୂତନ କୋଠା ନିର୍ମାଣ ହେବା ପରେ ପୁଣିଥରେ ସମସ୍ତଙ୍କ ମୁହଁରେ ହସ ଫୁଟିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow