ବିଲାମାଳ ପଞ୍ଚାୟତବାସୀ ତୁମୁଡ଼ିବନ୍ଧ ବ୍ଲକ କଂଗ୍ରେସ୍ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି

Jan 25, 2026 - 17:22
 0  92
ବିଲାମାଳ ପଞ୍ଚାୟତବାସୀ ତୁମୁଡ଼ିବନ୍ଧ ବ୍ଲକ କଂଗ୍ରେସ୍ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି

ବେଲଘର ତା. ୨୪/୦୧( ଷ୍ଟାର ନିୟୁଜ ଓଡିଶା )ବିଲାମାଳ ଗ୍ରାମ ପଞ୍ଚାୟତରେ ତୁମୁଡ଼ିବନ୍ଧ କଂଗ୍ରେସ୍ ବ୍ଲକ ସଭାପତି  ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ବଡସେଟ୍ ଙ୍କୁ ଶନିବାର ଦିନ ସ୍ଵାଗତ ସମ୍ବର୍ଦ୍ଧନା କରା ଯାଇଥିବାର ଦେଖିବାକୁ ମିଳିଛି ଶତାଧିକ ପୁରୁଷ, ମହିଳା ,ଯୁବକ ଓ ଯୁବତୀ ମାନେ DJ ବଜାଇ ଉତ୍ସାହ ଉଦ୍ଦୀପନା ସହ ସାହି ସାହିରେ ବୁଲାଇ ଥିବାର ଦେଖାଯାଇଚି, ବ୍ଲକ ସଭାପତି ଶ୍ରୀଯୁକ୍ତ ଶ୍ୟାସୁନ୍ଦରପୁର ବଡସେଟ୍ ଙ୍କ ସହ ଆସିଥିବା ବ୍ଲକ୍ ସ୍ତରୀୟ ନେତା ମାନେ . ଶ୍ରୀଯୁକ୍ତ କୌଶିକ ବଳିଆସିଂ, ଶ୍ରୀଯୁକ୍ତ ଆଶିଷ ବଡ଼ସେଟ୍,  ଶ୍ରୀଯୁକ୍ତ ସୁଶାନ୍ତ ନାୟକ , ଶ୍ରୀଯୁକ୍ତ ସାମନ୍ତ ବାଗ, ଶ୍ରୀଯୁକ୍ତ ବିବେକ କୁସୁଲିଆ, ଶ୍ରୀଯୁକ୍ତ ଆଶ୍ରିବାଦ୍ ମଣ୍ଡଳ , ଶ୍ରୀଯୁକ୍ତ ଆମ୍ବେଦକର ପ୍ରଧାନ,ସମସ୍ତଙ୍କୁ ସମ୍ମାନର ସହିତ ଫୁଲ ମାଳ ଓ ହୁଳ ହୁଳି ଦେଇ DJ  ସ୍ଵରରେ ନାଚି ନାଚି ସାହି ସାହି ବୁଲିବାର ଦେଖିବାକୁ ମିଳିଥିଲା ଶେଷରେ ଧୁଡସି ଗ୍ରାମରେ ଏକ ସଭାର ଆୟୋଜନ କରା ଯାଇଥିଲା ଏହି ସଭାରେ ଶତାଧିକ ପୁରୁଷ ଓ ମହିଳା ଏବଂ ଯୁବ, ଯୁବତୀ କଂଗ୍ରେସ୍ କର୍ମୀ ଉପସ୍ଥିତ ଥିଲେ ସଭାରେ ତୁମୁଡ଼ିବନ୍ଧ ବ୍ଲକ କଂଗ୍ରେସ୍ ସଭାପତି ଶ୍ରୀଯୁକ୍ତ ଶ୍ୟାସୁନ୍ଦର ବଡସେଟ୍ ସଭାରେ ଉପସ୍ଥିତ ଥିବା ଶତାଧିକ କଂଗ୍ରେସ୍ କର୍ମୀ ମାନଙ୍କୁ ବିଜେପି ସରକାର ମନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇ ଦେଇଥିବା ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନତା କରିବା ସଙ୍ଗେ ସଙ୍ଗେ ବିକ୍ଷୋଭ ପ୍ରକାଶ କରିଥିଲେ ବିଜେପି ସରକାର ସ୍ମାର୍ଟ ମିଟର ଲଗେଇବା ପାଇଁ ଉପଭକ୍ତା ମାନଙ୍କୁ ବାଧ୍ୟ କରୁଥିବା ସମ୍ପର୍କରେ ମଧ୍ୟ ଅବଗତ କରାଇ ଥିଲେ ଆଉ 300 ୟୁନିଟ ବିଦ୍ୟୁତ୍ ଫ୍ରୀ ଦେବା ପାଇଁ ବିଜେପି ଦଳ ଯେଉଁ ପ୍ରତିଶୁତି ଦେଇଥିଲା ତାହା ପୂରଣ କରି ନାହାନ୍ତି, ତାହା ମଧ୍ୟ ସଭାରେ ଲୋକ ମାନଙ୍କୁ ସଚେତନତା କରି ଆଗକୁ ତୀବ୍ର ବିରୋଧ କରାଯିବ ବୋଲି ଉଦବୋଧନ ଦେଇଥିଲେ, ତତ୍ପରେ ବିଲାମଳ ଗ୍ରାମ ପଞ୍ଚାୟତର ସଭାପତି ମନୋନୀତ ପାଇଁ ଉପସ୍ଥିତ କର୍ମୀ ମାନଙ୍କୁ ପ୍ରସ୍ତାବ ଆଗତ କରିବା ପାଇଁ କହିଥିଲେ କର୍ମୀ ମାନଙ୍କ ମଧ୍ୟରେ ମୁଧୁସୁଦନ ମଜିଆସେଟ, ପବିତ୍ର ମଝିଆସେଟ୍ ଙ୍କ ନାମ ପ୍ରସ୍ତାବ କରିଥିଲେ  ବସନ୍ତ ମାଝୀ ୱାର୍ଡ ମେମ୍ବର ମଧ୍ୟ ପବିତ୍ର ମଝିଆସେଟ୍ ଙ୍କ ନାମ କୁ ସମର୍ଥନ କରିଥିଲେ ତେଣୁ ବ୍ଲକ ସଭାପତି ଶ୍ରୀଯୁକ୍ତ ଶ୍ୟାସୁନ୍ଦର ବଡସେଟ୍ ପବିତ୍ର ମଝିଆସେଟ୍ ଙ୍କୁ ବିଲାମାଳ ପଞ୍ଚାୟତର ସଭାପତି ଭାବରେ ଘୋଷଣା କରିଛନ୍ତି l କନ୍ଧମାଳ ଜିଲ୍ଲାରୁ 

ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ରଙ୍ଗନାଥ ବଡ଼ସେଟ୍ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡ଼ିଶା ..

What's Your Reaction?

like

dislike

love

funny

angry

sad

wow

SUJAYA EDITOR