ବିଜେପି ପକ୍ଷରୁ ସାଙ୍ଗଠନିକ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

Jan 25, 2026 - 21:13
Updated: 7 months ago
0 101
ବିଜେପି ପକ୍ଷରୁ ସାଙ୍ଗଠନିକ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଫୁଲବାଣୀ,୨୫l୧(ଷ୍ଟାର ନିୟୁଜ) ଆଗକୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରହିଥିବା ବେଳେ ବିଜେପି ଏବେ ଠାରୁ ସଂଗଠନକୁ ମଜବୁତ କରିବା ଆରମ୍ଭ କରିଦେଲାଣି ।ବିଭିନ୍ନ ସ୍ଥାନରେ ବୈଠକ କରି ସଂଗଠନକୁ ମଜବୁତ କରିବାରେ ବ୍ୟସ୍ତ ।ଅନ୍ୟ ସମସ୍ତ ରାଜନୈତିକ ଦଳ ମାନଙ୍କ ଭିତରେ ଏବେଠୁ ଆରମ୍ଭ ହୋଇଗଲାଣି ଅଙ୍କ କସା । ଗାଁକୁ ଗାଁ ବୁଲି ଆୟୋଜନ କରୁଛନ୍ତି ମିଶ୍ରଣ ପର୍ବ I ଅନୁରୂପ ଭାବରେ ଶାସକ ବିଜେପି ମଧ୍ୟ ତାର ରଣନିତି ଆରମ୍ଭ କରିଦେଇଛି I ତେବେ ଆଜି କନ୍ଧମାଳ ଜିଲ୍ଲା ଫୁଲବାଣି ନିର୍ବାଚନ ମଣ୍ଡଳୀର ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ବିସିପଡା ଗାଁ ନିକଟରେ ଥିବା ଶାଳ ବଣରେ ଏକ ବିଶାଳ କର୍ମୀ ସମ୍ମିଳନୀ ସହ ବନ୍ଧୁ ମିଳନ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଉଛି I ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ଦଳର ନୀତି ଆଦର୍ଶକୁ ଭଲପାଇ ଅଂଚଳର ଶତାଧିକ ଝାମଝିରି ପଂଚାୟତର ବରିଷ୍ଠ ବିଜେଡି ନେତା ପ୍ରେମାନନ୍ଦ ବେହେରା, ପୂର୍ବତନ ସରପଂଚ ବିଜୟ କହଁର,ଗୁମାଗଡ ପଂଚାୟତର ରାଜେଶ ଦିଗାଲ, ସାଗର ଦିଗାଲ, ଅରୁଣ କହଁର, ବିଶିପଡ଼ା ପଂଚାୟତ ର ପ୍ରଭାତ ଦିଗାଲ, ଚନ୍ଦ୍ରକାନ୍ତ ଦିଗାଲ, ଓ ରୀଙ୍କୁ ଦିଗାଲ ଶତାଧିକ ଲୋକ ବିଜେପି ରେ କଂଗ୍ରେସ ଓ ବିଜେଡି ନେତା ଙ୍କ ସହ ଆଗଧାଡିର କର୍ମୀମାନେ ବିଜେପିରେ ଅନୁଷ୍ଠାନିକ ଭାବରେ ସାମିଲ ହୋଇଛନ୍ତି ।

ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ତଥା କନ୍ଧମାଳ ଜିଲ୍ଲାର ବରିଷ୍ଠ ବିଜେପି ନେତା ଭଗବାନ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି, ମାନଗୋବିନ୍ଦ ପ୍ରଧାନ, ଜିଲ୍ଲା ଉପ ସଭାପତି ଗୋଲକ ବିହାରୀ କହଁର, ବିଧାୟକ ପ୍ରତିନିଧି ଲଳିତ ଦିଗାଲ,କେନ୍ଦ୍ର କାର୍ଯ୍ୟକର୍ତ୍ତା ତଥା ବରିଷ୍ଠ ନେତା ସଂଜିତ ମଣ୍ଡଳ ଜିଲ୍ଲା ସମ୍ପାଦକ ତଥା ଯୁବନେତା ମୁକ୍ତିକାନ୍ତ ମହାନ୍ତି, ପୂର୍ବତନ ମଣ୍ଡଳ ସଭାପତି ଆଦିତ୍ୟ କହଁର,ମିଣିଆ ପଂଚାୟତ ର ସରପଞ୍ଚ ଗୌତମ ମଲିକ ବିସିପଡା ଅଂଚଳର ଟାଣୁଆ ଯୁବନେତା ସଞ୍ଜୟ ଦିଗାଲ, ଓ ଭାଗୀରାମ ଦିଗାଲ ,ଙ୍କ ସହ ବିଜେପି ର ବହୁ ଆଗଧାଡିର ନେତା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ I କାର୍ଯ୍ୟକ୍ରମ ଅବସରରେ ଅତିଥି ମାନେ ବିଜେପି ସରକାରଙ୍କ ନୂତନ ଯୋଜନା ବିଭିଜି ରାମଜି ତଥା ବିକଶିତ ଭରତ ଗ୍ୟାରେଣ୍ଟି ରୋଜଗାର ଆଜୀବିକା ମିସନ ଗ୍ରାମୀଣ ଉପରେ ଭିନ୍ନ ଭିନ୍ନ ମତ ପ୍ରକାଶ କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User