ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ
କନ୍ଧମାଳ ଜିଲ୍ଲାର ୨୫/୦୧( ଷ୍ଟାର ନିୟୁଜ ଓଡିଶା ତୁମୁଡି଼ବନ୍ଧ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୬ ତମ ଜାତୀୟ ମତଦାତା ଦିବସ ଆୟୋଜିତ ହୋଇଯାଇଛି. ଆଗାମୀ ଦିନରେ ଛାତ୍ର ଛାତ୍ରୀ ମାନେ କିଭଳି ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ ନେଇ ନିଜର ମତକୁ ନିର୍ଭିକତାର ସହ ସାବ୍ୟସ୍ତ କରି ପାରିବେ ବୋଲି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼କ୍ଟର ସୁନୀଲ କୁମାର ପାତ୍ର ଉଦବୋଧନ ଦେଇଥିଲେ. ରାଜନୀତି ବିଜ୍ଞାନ ଅଧ୍ୟାପିକା ସଂଗୀତା ବଳିୟାରସିଂ ଜାତୀୟ ମତଦାତା ଦିବସ ର ଲକ୍ଷ ଓ ଉଧେଶ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ. ଇତ୍ୟାବସରରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଏକ ଶପଥ ପାଠ କରାଇଥିଲେ. ଏହି କାର୍ଯ୍ୟକ୍ରମ କୁ ଶିକ୍ଷା ଅଧ୍ୟାପକ ଡ଼କ୍ଟର ସତ୍ୟ ରଞ୍ଜନ ପାଣିଗ୍ରାହୀ ପରିଚାଳନା କରିଥିଲେ. ସମସ୍ତ ଅଧ୍ୟାପକ ଅଧ୍ୟପିକା ଅଣଶିକ୍ଷକ

କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ | କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ରଙ୍ଗନାଥ ବଡ଼ସେଟ୍ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)