ସହର ମଝିରେ ବଡ଼ ଦୁର୍ନୀତି ନିମ୍ନଠାରୁ ଅତିନିମ୍ନ ମାନର କାମ, ସରିନଥିବା ପିଚୁ ରାସ୍ତା ହେଲା ବେହାଲ

Jan 24, 2026 - 23:45
0 44
ସହର ମଝିରେ ବଡ଼ ଦୁର୍ନୀତି ନିମ୍ନଠାରୁ ଅତିନିମ୍ନ ମାନର କାମ, ସରିନଥିବା ପିଚୁ ରାସ୍ତା ହେଲା ବେହାଲ

ଭବାନୀପାଟଣା, ତା.୨୪/୦୧ :(ଷ୍ଟାର ନିୟୁଜ ଓଡିଶା)ଭବାନୀପାଟଣା ସହର ପୌରପାଳିକା ଅଧୀନସ୍ଥ ୧ ନମ୍ବର ୱାର୍ଡରେ ନିର୍ମାଣାଧୀନ ପିଚୁ ରାସ୍ତାର ଦୟନୀୟ ଅବସ୍ଥାକୁ ନେଇ ସହରବାସୀଙ୍କ ମଧ୍ୟରେ ଭାରି ଅସନ୍ତୋଷ ପ୍ରକାଶ ପାଇଛି। ପିଚୁ ରାସ୍ତାରେ ପିଚୁ ନଥିବାରୁ ଧୁଳିଗୁଣ୍ଡ ଉଡ଼ି ସାଧାରଣ ଜନଜୀବନ ଅସ୍ଥବ୍ୟସ୍ଥ ହୋଇପଡ଼ିଛି।

ନିମ୍ନଠାରୁ ଅତିନିମ୍ନ ମାନର କାମ କରି ବିଲ୍ ହଡ଼ପ କରିବା ପାଇଁ ଠିକାଦାର ଓ ସମ୍ପୃକ୍ତ ଯନ୍ତ୍ରୀଙ୍କ ମଧ୍ୟରେ ମିଲିଭଗତ ଥିବା ଗମ୍ଭୀର ଅଭିଯୋଗ ଉଠିଛି। ଗାଁ-ଗଣ୍ଡାରେ ଦୁର୍ନୀତିର ଅଭିଯୋଗ ସାଧାରଣ ଘଟଣା ହୋଇପଡ଼ିଥିବାବେଳେ, ସହର ଉନ୍ନୟନ ବିଭାଗ ଓ ଭବାନୀପାଟଣା ପୌରପାଳିକାକୁ ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ବୋଲି ସହରବାସୀ ଅଭିଯୋଗ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରପାଳିକା ଅଧୀନ ୧ ନମ୍ବର ୱାର୍ଡର ହନୁମାନ ମନ୍ଦିରଠାରୁ ଗଣେଶ ମନ୍ଦିର ପର୍ଯ୍ୟନ୍ତ ପିଚୁ ରାସ୍ତା କାମକୁ ନେଇ ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଛି। ୧୪ ତାରିଖ ରାତି ଅଧିଆରେ ପିଚୁ କାମ କରାଯାଇଥିଲେ ମଧ୍ୟ, ସକାଳ ହେବା ସହ ପିଚୁ ଉଠିଯାଇଥିବା ଅଭିଯୋଗ ହୋଇଛି।

ବର୍ତ୍ତମାନ ରାସ୍ତାରୁ ପିଚୁ ଉଠି ବାଲି ଓ ଗୋଡ଼ି ବାହାରି ପଡ଼ିଛି। କାମ ସରିବାର ସପ୍ତାହ ମଧ୍ୟ ପୂର୍ଣ୍ଣ ହୋଇନଥିବାବେଳେ

ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା ଦ୍ୱାରା ସ୍କୁଲ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଗମ୍ଭୀର ବିପଦ ସୃଷ୍ଟି କରୁଛି।

ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଯଦି କାମ କରାଯାଇଥିଲା, ତେବେ ଏପରି ନିମ୍ନମାନର କାମ କେମିତି ସମ୍ଭବ ହେଲା—ଏନେଇ ସାଧାରଣରେ ପ୍ରଶ୍ନ ଉଠିଛି। ରାତାରାତି କାମ କରି ବିଲ୍ ହଡ଼ପ କରିବା ପାଇଁ ପୂର୍ବ ଯୋଜନା ଥିଲା କି ବୋଲି ସନ୍ଦେହ ଘନିଭୂତ ହେଉଛି।

ସ୍ଥାନୀୟ ବାସିନ୍ଦା ନିରାକାର ଗଉଡ ଓ ଆଇନଜୀବୀ କୁନାଲ ବେହେରା କହିଛନ୍ତି, ଯଦି ତୁରନ୍ତ ରାସ୍ତାର ପୁନଃ ନିର୍ମାଣ କରାନଯାଏ ନାହିଁ, ତେବେ ପୌରପାଳିକା ଘେରାଉ ସହ ରାସ୍ତା ଅବରୋଧ କରାଯିବ।

ଏନେଇ FVO ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଫୋନ୍‌ ଯୋଗେ ପଚାରିବାରୁ, ସେମାନେ ପୁଣିଥରେ ପିଚୁ ଢାଳି କାମ କରାଯିବ ବୋଲି କହିଛନ୍ତି। ତେବେ ଦୁର୍ନୀତିକୁ ପ୍ରଶୟ ଦେଉଥିବା ଦାୟୀ ଅଧିକାରୀ ଓ ଠିକାଦାରଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ—ଏହା ଏବେ ସହରବାସୀଙ୍କ ମୁଖ୍ୟ ପ୍ରଶ୍ନ।
କଳାହାଣ୍ଡି ରୁ ବିଷ୍ନୁଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User