ମହିଳାଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟସ୍ଥଳ ନିମିତ୍ତେ POSH ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Aug 7, 2025 - 23:39
 0  4
ମହିଳାଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟସ୍ଥଳ ନିମିତ୍ତେ POSH ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭବାନୀପାଟଣା, ତା. 07 ଅଗଷ୍ଟ 2025– କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ POSH ଆଇନ 2013 ବିଷୟରେ ଏକ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସଭାଗୃହ ରେ ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ପ୍ରଶାସନ ଓ ସାମାଜିକ ସଂଗଠନ ‘କର୍ତ୍ତବ୍ୟ’ ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ Internal Committee (IC), Local Committee (LC), ନୋଡାଲ୍ ଅଫିସର, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭିନ୍ନ ଏନଜିଓ ର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରି ଅଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ତାଲିମଦାତା ଭାବେ ଉପ ଜିଲ୍ଲାପାଳ,  ଭବାନୀପାଟଣା  ପ୍ରଭାତ କୁମାର ପରିଡା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଓ ଲୋକାଲ କମିଟି ଅଧ୍ୟକ୍ଷ୍ୟା ସ୍ଵର୍ଣ୍ଣଲତା ମହାନ୍ତି ତାଲିମ ପ୍ରଦାନ  କରିଥିଲେ । ସେମାନେ POSH ଆଇନ ଅନୁସାରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା, ଯୌନ ଅତ୍ୟାଚାର ବିରୋଧରେ ତଦନ୍ତ ପ୍ରକ୍ରିୟା ଓ IC ଓ LC ର ଭୂମିକା ବିଷୟରେ ଅଲୋଚନା କରିଥିଲେ । ପ୍ରଶିକ୍ଷଣରେ POSH ଆଇନର ମୂଳ ଧାରା, ଅଭିଯୋଗ ପଦ୍ଧତି, ତଦନ୍ତ ନିୟମାବଳୀ, ଶିକ୍ଷାମୂଳକ ଓ ଶାସନାତ୍ମକ ବ୍ୟବସ୍ଥା ଏବଂ ଅଭିଯୋଗ  ଦାଖଲ ବିଷୟରେ ମଧ୍ୟ ବିସ୍ତୃତ ସୂଚନା ଦିଆଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ, ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଷା ଉଦ୍‌ଘାଟନ ଅବସରରେ ସ୍ଵାଗତ ଜଣାଇ ପ୍ରଶିକ୍ଷଣର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସମାଜ କଲ୍ୟାଣ ଅଧିକାରିଣୀ ସୁଚରିତା ମହାପାତ୍ର ଆଲୋଚନା ଆଗକୁ ନେଇଥିଲେ ।  ‘ୱୂମେନ ହବ’ ର ଜିଲ୍ଲା ସଂଯୋଜକ ଯୋଗେଶ୍ଵର ବୁଦ୍ଧିଆ କେମିତି ଶି-ବକ୍ସ ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଅଭିଯୋଗ ଦାଖଲ କରିପାରିବେ, ତାହା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ । ଶେଷରେ କର୍ତ୍ତବ୍ୟ ସଂଗଠନ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାର ସମାପନ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

like

dislike

love

funny

angry

sad

wow