ଶୁଣ୍ଢୀ ସମାଜର ଦ୍ୱିଦିନୀୟ ମହାସଭା: ସମାଜ ଉନ୍ନତି ପାଇଁ ନୂତନ କାର୍ଯ୍ୟପନ୍ଥା ଗ୍ରହଣ
ଗୋଲାମୁଣ୍ଡା.ତାରିଖ: ୧୮ ଏପ୍ରିଲ ୨୦୨୬( ଷ୍ଟାର ନିୟୁଜ ଓଡ଼ିଶା )କଳାହାଣ୍ଡି, ବରଗଡ, କନ୍ଧମାଳ, ରାୟଗଡା, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ସୁବର୍ଣ୍ଣଗ୍ରାହୀ ବୈଶ୍ୟ ଶୁଣ୍ଢୀ ସମାଜର ସମସ୍ତ ପରିବାରଙ୍କ ମିଳିତ ଉଦ୍ୟମରେ ଦୁଇଦିନୀୟ ମହାସଭା
ଗୋଲାମୁଣ୍ଡା ବ୍ଲକର କର୍ମାଟ ଗ୍ରାମରେ ସଫଳତାର ସହ ଅନୁଷ୍ଠିତ ହୋଇଛି।
ଏହି ମହାସଭାରେ ମୋହନଗିରି ଅଞ୍ଚଳର ପୂର୍ବତନ ସମ୍ପାଦକ ଶ୍ରୀ ଝାରୁ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ବଲାଙ୍ଗୀର ଜିଲ୍ଲା ଲାଠୋର ଅଞ୍ଚଳର ଶ୍ରୀ ଯୁବରାଜ
ବେହେରା ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲା ଅମାଠୋଲା ଅଞ୍ଚଳ ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ସଂପାଦିତ ହୋଇଥିଲା।
ସଭାରେ ମୋହନଗିରି ଅଞ୍ଚଳ ସଭାପତି ମକାରଧ୍ୱଜ ବେହେରା, ସମ୍ପାଦକ ଲକ୍ଷ୍ମୀକାନ୍ତ ବେହେରା, ଲାଞ୍ଜିଗଡ ଅଞ୍ଚଳ ସଭାପତି ଦେବାର୍ଚନ ବେହେରା, ସମ୍ପାଦକ ରାମପ୍ରସାଦ ବେହେରା,
ବିଶ୍ୱନାଥପୁର ଅଞ୍ଚଳ ସଭାପତି ଗଜେନ୍ଦ୍ର ସାହୁ, ସମ୍ପାଦକ ମକାରୁ ବେହେରା, ଖପ୍ରାଖୋଲ ଅଞ୍ଚଳ ସଭାପତି ଯୁବରାଜ ବେହେରା, ସମ୍ପାଦକ ଜଳନ୍ଧର ବେହେରା, କଣ୍ଟାବାଞ୍ଜି ଅଞ୍ଚଳ ସଭାପତି ଗଜେନ୍ଦ୍ର ବେହେରା ଓ ଚାନ୍ଦୋତାର ଅଞ୍ଚଳ ସମ୍ପାଦକ ନୟନ ବେହେରା ପ୍ରମୁଖ ଯୋଗଦେଇଥିଲେ।
ମହାସଭାରେ ଶୁଣ୍ଢୀ ସମାଜର ନୀତି-ନିୟମର ପରିବର୍ତ୍ତନ, ନୂତନ କାର୍ଯ୍ୟପନ୍ଥା ଗ୍ରହଣ ଓ ଭବିଷ୍ୟତ କାର୍ଯ୍ୟଖସଡ଼ା ପ୍ରସ୍ତୁତି ସହିତ ସମାଜର ସମଗ୍ର ଉନ୍ନତି ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନନ୍ତ ରାମ ବେହେରା, କଳ୍ପେଶ୍ୱର ବେହେରା, ସୁଦର୍ଶନ ବେହେରା, ବିରଞ୍ଚି ବେହେରା, ଗୋକୁଳ ବେହେରା, ସୁରେନ୍ଦ୍ର ବେହେରା ଓ ଭବାନୀ
ବେହେରା ପ୍ରମୁଖ ସହଯୋଗ କରିଥିଲେ। ଉପଦେଷ୍ଟା ସଦସ୍ୟ ଭାବେ ଦୈତାରୀ ଚଲାନ, ଜେନାମଣି ବେହେରା, ସୁଦର୍ଶନ ବେହେରା, ହେମାଳ ବେହେରା ଓ ଚୂଡ଼ାମଣି ବେହେରା ଉପସ୍ଥିତ ଥିଲେ।
ମଞ୍ଚ ପରିଚାଳନାର ଦାୟିତ୍ୱ ସମ୍ପାଦକ ଘନଶ୍ୟାମ ବେହେରା ନିର୍ବାହ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
What's Your Reaction?