ନବରଙ୍ଗପୁର ଯାଦବ ମହାସଭା ପକ୍ଷରୁ 4ଟି ପୃଥକ ପୃଥକ ସ୍ଥାନରେ ରକ୍ତଦାନ।

Jun 07, 2025 - 06:29
0 119

ଝରିଗାଁ,୭l୬(ଷ୍ଟାର ନିୟୁଜ ଓଡିଶା):  ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ତରଫରୁ ପୃଥକ୍ ପୃଥକ୍ ଭାବେ 4ଟି ସ୍ଥାନରେ ରକ୍ତଦାନ କରି 4ଜଣ ଗୁରୁତର ରୋଗୀଙ୍କୁ ନୂତନ ଜୀବନ ଦିଆଯାଇଛି ।ଭୂବନେଶ୍ବର ଏମ୍ସ ମେଡିକାଲ, ଭବାନୀପାଟଣା ଜିଲ୍ଲା ମେଡ଼ିକାଲ ଓ ନବରଙ୍ଗପୁର ଜିଲ୍ଲା ମେଡ଼ିକାଲରେ ରକ୍ତଦାନ କରାଯାଇଛି।ଭୁବନେଶ୍ୱର ଏମ୍ସ ମେଡିକାଲରେ ଚଚା ବାଳିକା ଆଦିବାସୀ ସେବାଶ୍ରମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ମିଶ୍ରଙ୍କ ମାଁ ଭାନୁମତି ମିଶ୍ରଙ୍କୁ ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭାର ଅନୁରୋଧ କ୍ରମେ ଯାଦବ ମହାସଭାର ସଦସ୍ୟ ତୁଷାର ରଞ୍ଜନ ମହାପାତ୍ର ଦେବଦୂତ ସାଜି ଏମ୍ସ ମେଡିକାଲ ଯାଇ ମନୋରଞ୍ଜନ ପଣ୍ଡା(ଅଜୁ ଭାଇ) ୧ ୟୁନିଟ୍ ଓ ପଜିଟିଭ ରକ୍ତ ଦାନ କରିଛନ୍ତି। ଗତକାଲି ରଘୁନାଥ ବସ୍ ଦୁର୍ଘଟଣାରେ ଶିକାର ହୋଇଥିବା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ତାରାବେଡା ଗ୍ରାମର ଜଗତ ଗୈାଡଙ୍କ ହାତ ଓ ଗୋଡ ଭାଙ୍ଗି ଯାଇଥିବା ବେଳେ। ତାଙ୍କୁ ବୃନ୍ଦାବନ ଗୌଡ଼ ଓ ପଜିଟିଭ ରକ୍ତଦାନ କରି ଦୁର୍ଘଟଣାରେ ଶିକାର ହୋଇଥିବା ଜଗତଙ୍କୁ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର ସଭାପତି ଗୋବିନ୍ଦ ବନଛୋର ରକ୍ତଦାନ କରିଛନ୍ତି ଏବଂ ଭବାନୀପାଟଣା ପୌର ପରିଷଦ ଯାଦବ ମହାସଭା ର ସାଧାରଣ ସମ୍ପାଦକ ସତ୍ୟ ବିସିଙ୍କ ସହାୟତାରେ ଏବି ପଜିଟିଭ ରକ୍ତ ଯୋଗେଇ ଦେଇଛନ୍ତି। ପ୍ରତି ବଦଳରେ ଝରିଗାଁର ବୃନ୍ଦାବନ ଗୌଡ଼ ରକ୍ତଦାନ କରି ଜୀବନ ବଞ୍ଚେଇଛନ୍ତି | ଚଚା ଗ୍ରାମ ପଞ୍ଚାୟତ ଦାବ୍ରିମୁଣ୍ଡାର ଧନିରାମ ଗୈାଡଙ୍କ ଗର୍ଭବତୀ ସ୍ତ୍ରୀ ତୁଳାଦେଇ ଗୈାଡଙ୍କୁ ଯାଦବ ମହାସଭା ତରଫରୁ ରକ୍ତଦାନ କରିଛନ୍ତି।ତୁଳାଦେଇଙ୍କୁ ରକ୍ତଦାନ ପରେ ଅସ୍ତ୍ରୋପଚାର କରାଯାଇଥିଲା,ସେ ଏବେ ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଛନ୍ତି।ଛତିଶଗଡ଼ ରାଜ୍ୟ ଦାବ୍ରିଗୁଡାର ଏକ ହୃଦଘାତ ରୋଗୀଙ୍କୁ ଧର୍ମଗଡ ମେଡିକାଲରେ ଚନ୍ଦାହାଣ୍ଡି ବ୍ଳକ ସେମଲାପଡା ଗ୍ରାମର ଗୁଣନିଧି ମନହିରା ରକ୍ତଦାନ କରି ଜୀବନ ବଞ୍ଚେଇଛନ୍ତି।ଏଠାରେ ସୂଚେଇ ଦେବାକୁ ଚାହୁଁ କି, ଗୁଣନିଧି ଆଜି ପର୍ଯ୍ୟନ୍ତ 21 ଥର ରକ୍ତଦାନ କରି ସାରିଲେଣି।ଯାଦବ ମହାସଭା ତରଫରୁ ଆଜିର ସମସ୍ତ ରକ୍ତଦାତା ଓ ରକ୍ତଦାନରେ ସହଯୋଗ କରିଥିବା ସମସ୍ତ ଭାଇ ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ କରାଯାଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User