ସଡ଼କିଙ୍ଗିଆ ପ୍ରାଥମିକ ବିଦ୍ୟାଳୟର ଶୋଚନୀୟ ଅବସ୍ଥା
କନ୍ଧମାଳ ଜିଲ୍ଲାର ୧୫/୧୦( ଷ୍ଟାର ନିୟୁଜ ଓଡିଶା )ଶିକ୍ଷା ବ୍ୟବସ୍ଥାର ଏକ ଦୟନୀୟ ଚିତ୍ର ସାମ୍ନାକୁ ଆସିଛି । କୋଟଗଡ଼ ବ୍ଲକ ଅନ୍ତର୍ଗତ ପାରିଗଡ ପଞ୍ଚାୟତର ସଡ଼କିଙ୍ଗିଆ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା କହିଲେ ନ ସରେ।
ଏହି ବିଦ୍ୟାଳୟରେ ଶିକ୍ଷାର ଅବସ୍ଥା ଶୋଚନୀୟ ଅଟେ । ଶ୍ରେଣୀକକ୍ଷ ଭବନ ଜର୍ଜର ହୋଇପଡିଥିବାରୁ ଶିକ୍ଷକମାନେ ବାରଣ୍ଡାରେ ବସି ଛାତ୍ରଛାତ୍ରୀଙ୍କୁ ପଢ଼ାଇବାକୁ ବାଧ୍ୟ ହେଉଛନ୍ତି । ଛାତ୍ରଛାତ୍ରୀମାନେ ନିଜ ଜୀବନକୁ ବିପଦରେ ପକେଇ ଶିକ୍ଷା ଗ୍ରହଣ କରୁଛନ୍ତି ।
ଏହି ଅବସ୍ଥା ଦେଖି ଅଭିଭାବକମାନେ ମଧ୍ୟ ଚିନ୍ତିତ । ତେବେ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଟଗଡ଼ ଶ୍ରୀଯୁକ୍ତ ଗଣେଷ ପ୍ରଧାନ କହିଛନ୍ତି — ଶିଘ୍ର ଏହି ସମସ୍ୟାର ସମାଧାନ ହେବ ।
“ଆମେ ଏହି ବିଦ୍ୟାଳୟକୁ ଯାଇ ଅବସ୍ଥା ଖତିଆନ ନେଇଛୁ । ଆଗାମୀ ଦୁଇ ମାସ ଭିତରେ ନୂଆ ଭବନ ନିର୍ମାଣ କାମ ଆରମ୍ଭ ହେବ।”
ସରକାରୀ ମଧ୍ୟମିକ ଶିକ୍ଷାର ଏହି ଦୟନୀୟ ଚିତ୍ର ଆଶା କରାଯାଉଛି ଶିଘ୍ର ସୁଧାର ହେବ ଏବଂ ଛାତ୍ରଛାତ୍ରୀମାନେ ନିରାପଦ ପରିବେଶରେ ଶିକ୍ଷା ଗ୍ରହଣ କରିପାରିବେ ।
“କନ୍ଧମାଳର ସଡ଼କିଙ୍ଗିଆ ବିଦ୍ୟାଳୟ — ଶିକ୍ଷା ବାରଣ୍ଡାରେ, ଆଶା ନୂଆ ଭବନରେ।” କନ୍ଧମାଳ ଜିଲ୍ଲାରୁ ରଙ୍ଗନାଥ ବଡ଼ସେଟଙ୍କ ରିପୋର୍ଟ ( ଷ୍ଟାର ନିୟୁଜ ଓଡ଼ିଶା )
What's Your Reaction?