କଳାହାଣ୍ଡି ଜିଏନଏମ କଲେଜ ଅଫ ନର୍ସିଙ୍ଗ ପକ୍ଷରୁ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ।

May 13, 2025 - 20:04
0 41

ଭବାନୀପାଟଣା,୧୩l୫(ଷ୍ଟାରନିଉଜ ଓଡିଶା): କଳାହାଣ୍ଡି ଜିଏନଏମ କଲେଜ ଅଫ ନର୍ସିଙ୍ଗ ଭବାନୀପାଟଣା KGCN Campus Lane no 10 ପ୍ରାଙ୍ଗଣରେ ଅନ୍ତର୍ଜାତୀୟ ସେବିକା ଦିବସ ମହା ଆଡମ୍ବର ସହ ପାଳିତ ହୋଇଯାଇଛି । ଏହି ଉତ୍ସବ ଟି ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ୬ ଦିନ ଧରି ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ପାଳନ କ୍ରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଥମ ଦିନରେ ନର୍ସିଂ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ରାଲି ଶୋଭା ଯାତ୍ରା କରା ଯାଇଥୁଲା । ରାଲି ଟିକୁ କଲେଜ ର ପ୍ରତିଷ୍ଠାତା ଶତପଥୀ ସମ୍ବୋସ୍ତ କରିଥିଲେ। ରାଲିଟି ଭବାନୀପାଟଣା ମାଣିକେଶ୍ବରୀ ମନ୍ଦିର ଠାରୁ ବାହାରି, ନଗରପରିକୁମା କରି କଲେଜ ନିକଟରେ ପହଞ୍ଚିଥିଲା। ଇତି ମଧ୍ୟରେ ନର୍ସିଂ କଲେଜର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ଖେଳକୁଦ, ସଙ୍ଗୀତ, ନିଉଜ, ଡ଼ିବେଟ ଭଳି ପ୍ରତିଯୋଗିତା ମାନ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା । ଗତ ତା 12.5.2025 ଦିନ ଅନ୍ତର୍ଜାତୀୟ ନର୍ସିଂ ଦିବସ ଅବସରରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବହୁ ଆଡ଼ମ୍ବର ସହକାରେ ଦିବସ ଟିକୁ ପାଳନ କରାଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଲବିକା ଦେବୀ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ଡ଼. ଉମେଶ କୁମାର ଶତପଥୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କଲେଜ ର ଚେୟାରମ୍ୟାନ ସୁକାନ୍ତ କୁମାର ଶତପଥି, କଲେଜ ପରିଚାଳିକା ଶ୍ରୀମତୀ ଜୋସ୍ନା ମଞ୍ଜରୀ ମିଶ୍ର, ବରିଷ୍ଠ ଆଇନଜୀବୀ ଶ୍ରୀ ନିହାର ରଞ୍ଜନ ମିଶ୍ର, ଅବସର ପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ଏଚ.କେ. ରାଉତରାୟ ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥି ମାନେ ନର୍ସ ମାନଙ୍କ ଭୂମିକା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କେତେ ଗୁରତ୍ୱପୂର୍ଣ୍ଣ, ସେ ବିଷୟରେ ପୁ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ଅଂହକାର ମନୋଭାବ ତ୍ୟାଗ କରି ସେବା ମନୋଭାବ ରଖି କାର୍ଯ୍ୟ ସମ୍ପାଦନ କଲେ ସେବା ଜଗତରେ ସୁନାମ ଅର୍ଜନ କରିପାରିବେ ସେମାନଙ୍କ ଉଦବୋଧନ ରେ ମତବ୍ୟକ୍ତ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ନର୍ସିଙ୍ଗ ଛାତ୍ରଛାତ୍ରୀ ମାନଂକୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯିବା ସହ ଟ୍ରଫି ପ୍ରଦାନ କଯାଇଥିଲା। କଲେଜ ର ନର୍ସିଙ୍ଗ ଛାତ୍ରୀ ସୁଶ୍ରୀ ସାହୁ ଙ୍କ ମଞ୍ଚ ପରିଚାଳନା ଖୁବ ପ୍ରଶଂଶୀୟ ହୋଇଥିବାବେଳେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଉପଭୋଗ୍ୟ ହୋଇଥିଲା ଯାହାକି ଦର୍ଶକ ମନଭରି ଉପଭୋଗ କରିଥିଲେ। ନର ସେବା ହିଁ ନାରାୟଣ ସେବା । ଏହି ଅବସର ରେ ଦୟା, ନିଷ୍ଠା ଓ ସେବାର ଜୀବନ୍ତ ଉଦାହରଣ ଭାବରେ ତାଙ୍କର କାର୍ଯ୍ୟଧାରାକୁ ପ୍ରଶଂସା ଓ ସମ୍ମାନିତ କରାଯାଇଥିଲା । ଅନ୍ତର୍ଜାତୀୟ ନର୍ସ ଦିବସର ବିଷୟବସ୍ତୁ ହେଉଛି "ଆମର ନର୍ସ। ଆମର ଭବିଷ୍ୟତ। ନର୍ସମାନଙ୍କର ଯତ୍ନ ନେବା ଅର୍ଥନୀତିକୁ ସୁଦୃଢ଼ କରେ"। ଏହି ବିଷୟବସ୍ତୁ ନର୍ସମାନଙ୍କ କଲ୍ୟାଣକୁ ପ୍ରାଥମିକତା ଦେବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରେ, ସେମାନଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣରେ ନିବେଶ କିପରି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏବଂ ସମଗ୍ର ଅର୍ଥନୀତିକୁ ସୁଦୃଢ଼ କରେ ତାହା ଉପରେ ଆଲୋକପାତ କରେ। ଉତ୍ସବର ଲକ୍ଷ୍ୟ ହେଉଛି ସମାଜରେ ନର୍ସମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସର୍ବୋତ୍ତମ ସ୍ୱାସ୍ଥ୍ୟସେବା ସେବା ପ୍ରଦାନ କରିବାରେ ସାଧାରଣ ଜନତାଙ୍କ ମଧ୍ୟରେ ନର୍ସମାନଙ୍କ ଅବଦାନ, ପ୍ରତିବଦ୍ଧତା ବିଷୟରେ ସଚେତନତା ସୃଷ୍ଟି କରିବା। ଏହି କାର୍ଯ୍ୟକ୍ରମରେ କଲେଜ ଶିକ୍ଷକ ଓ ଶିକ୍ଷୟିତ୍ରୀ, କର୍ମ କର୍ତ୍ତା, ଛାତ୍ର ଛାତ୍ରୀ, ସମସ୍ତେ ସହଯୋଗ କରିଥିଲେ l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User