କେନ୍ଦୁପତ୍ର ତୋଳିବାକୁ ଯାଇ ଭାଲୁ ହାବୁଡ଼ରୁ ଅଳ୍ପକେ ବର୍ତିଲେ ମହିଳା ।

May 13, 2025 - 20:35
0 84

ଝରିଗାଁ,୧୩l୫ (ଷ୍ଟାର ନିୟୁଜ ଓଡ଼ିଶା ): ପ୍ରତିଦିନ ଭଳି ଆଜି ମଧ୍ୟ 10ଜଣ ମହିଳା ଏକ ଅଟୋରେ ନିଜ ଗ୍ରାମଠାରୁ 20/25 କିଲୋମିଟର ଦୂର ଜାମକୋଟ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବା ପାଇଁ ଯାଇ ଭାଲୁ ହାବୁଡରୁ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ଗଙ୍ଗାଇ ଗଣ୍ଡ ନାମକ ଜଣେ 45ବର୍ଷୀୟା ମହିଳା ତଳେ ପଡି ଖଣ୍ଡିଆ ଖାବରା଼ ହୋଇଥିବା ସୂଚନା ମିଳିଛି |ପ୍ରାପ୍ତ ସୂଚନା ମୁତାବକ, ଝରିଗାଁ ବ୍ଲକ ଫୁଫୁଗାଁ ପଂଚାୟତ ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମର ପାଖାପାଖି 10ଜଣ ମହିଳା ଏକ ଅଟୋ ଭଡ଼ାକରି ପ୍ରତିଦିନ ଭଳି ଆଜି ମଧ୍ୟ ଗାଁ ଠାରୁ ପ୍ରାୟ 25କିଲୋମିଟର ଦୂର ସ୍ଥିତ ଜାମକୋଟ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବା ଆଶାରେ ଯାଇଥିଲେ |ତେବେ କେନ୍ଦୁପତ୍ର ତୋଳୁଥିବା ସମୟରେ ଜଙ୍ଗଲରେ ଏକ ଭାଲୁ ଦେଖା ଦେବାରୁ ପ୍ରାଣ ବଂଚେଇବା ପାଇଁ ଯିଏ ଯୁଆଡେ ଦୌଡ଼ିଥିଲେ |ଏହି ସମୟରେ ଗଙ୍ଗାଇ ନାମକ ଜଣେ ମହିଳା ଦୌଡୁଥିବା ସମୟରେ ଭାରସାମ୍ୟ ହରେଇ ପଡିଯିବାରୁ ଦେହସାରା କ୍ଷତ ବିକ୍ଷତ ହୋଇଛି |ସମସ୍ତେ ଭାଲୁ ଆକ୍ରମଣରୁ ବଞ୍ଚିଯାଇଛନ୍ତି ସତ ହେଲେ ଗଙ୍ଗାଇ ଅତ୍ୟଧିକ କ୍ଷତବିକ୍ଷତ ହୋଇଥିବାରୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User