ଝରିଗାଁ ବ୍ଳକ ସ୍ତରୀୟ ଯାଦବ ମହାସଭା ବୈଠକ ନେଇ ପ୍ରସ୍ତୁତି ବୈଠକ।

May 14, 2025 - 20:53
0 87

ଝରିଗାଁ,୧୪l୫( ଷ୍ଟାର ନିୟୁଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଳା ଝରିଗାଁ ବ୍ଳକ ଶୈବ ପୀଠ ଠାରେ ଚଳିତ ମାସ ୧୮ ତାରିଖ ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ବ୍ଲକ ସ୍ତରୀୟ ଯାଦବ ମହାସଭା ବୈଠକକୁ ନେଇ ଆଜି କର୍ମକର୍ତ୍ତା ମାନଙ୍କ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଝରିଗାଁ ବ୍ଲକ ଯାଦବ ମହାସଭା ସଭାପତି ନନ୍ଦ ଗୌଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭା ଯୁବ ସଭାପତି ନବ କିଶୋର ଗୈାଡ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭା ନବରଙ୍ଗପୁର ର ଉପ ସଭାପତି ସୈନିକ ଗୈାଡ, ଉପ ସଭାପତି ସହଦେବ ଗୈାଡ,ସାଧାରଣ ସମ୍ପାଦକ ଚତୁର୍ଭୁଜ ଖର୍ସେଲ, କୋଷାଧ୍ୟକ୍ଷ ତ୍ରିନାଥ ଗୈାଡ,ଝରିଗାଁ ପଞ୍ଚାୟତ ସଭାପତି ଦିବାକର ଗୈାଡ ଏବଂ ୨୩ ଗୋଟି ପଞ୍ଚାୟତର ସମସ୍ତ କର୍ମକର୍ତ୍ତା ଯୋଗ ଦେଇ କାର୍ଯ୍ୟକ୍ରମ କିଭଳି ସୁଚାରୁ ରୂପେ ସଫଳ ସେନେଇ ଆଲୋଚନା କରିବା ସହ କର୍ମକର୍ତ୍ତା ମାନଙ୍କୁ ବିଭିନ୍ନ ଦାଇତ୍ୱ ପ୍ରଦାନ କରାଯାଇଥିଲା।ସେହିପରି ୧୮ ତାରିଖ ଦିନ ଝରିଗାଁ ଶୈବ ପୀଠ ଠାରୁ ହନୁମାନ ଛକ ପର୍ଯ୍ୟନ୍ତ ଏକ ବିରାଟ କଳସ ଯାତ୍ରା ହେବା ସହ ଝରିଗାଁ ବ୍ଲକ ସଦର ମହକୁମା ପରିକ୍ରମା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।ସେହିପରି ବିଭିନ୍ନ ସମସ୍ୟା ନେଇ ପ୍ରଶାସନ ନିକଟରେ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।ଶେଷରେ ୧୮ ତାରିଖ ଦିନ ହେବାକୁ ଥିବା ବ୍ଳକ ସ୍ତରୀୟ ଯାଦବ ମହାସଭା ବୈଠକରେ ଓଡିଶା ସରକାର ଙ୍କ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ,ନବରଙ୍ଗପୁର ଜିଲ୍ଲାର ତିନି ବିଧାନସଭା ବିଧାୟକ,ଓଡ଼ିଶା ଉତ୍କଳ ଯାଦବ ମହାସଭା ମହା ସଚିବ ଲମ୍ବୋଧର ନିଆଲ,ଖରିଆର ବିଧାନସଭା ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି,ପଡୋଶି ଛତିଶଗଡ଼ ରାଜ୍ୟ ଯାଦବ କର୍ମକର୍ତ୍ତା ଏବଂ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ରହିବେ ବୋଲି ସୂଚନା ଦିଆଯାଇଥିଲା।ନବରଙ୍ଗପୁର ଜିଲ୍ଲା ୧୦ ଗୋଟି ବ୍ଳକରୁ ପ୍ରାୟ ୨୦ ହଜାର ଯାଦବ ସମାଜର ଲୋକ ମାନଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଥିଲା।ଶେଷରେ ବରିଷ୍ଟ ଯାଦବ ସମାଜ ସଦସ୍ୟ ମକରନ୍ଦ ଗୌଡ଼ ଧନ୍ୟବାଦ ଦେଇଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User