ରାସି ମକା ବିହନ କମ୍ପାନୀ ଆର ୩୪୧୪ ତରଫରୁ ମେଗା କୃଷକ ସମ୍ମିଳନୀ ଅନୁଷ୍ଠିତ।

May 14, 2025 - 22:12
 0  18
ରାସି ମକା ବିହନ କମ୍ପାନୀ ଆର ୩୪୧୪ ତରଫରୁ ମେଗା କୃଷକ ସମ୍ମିଳନୀ ଅନୁଷ୍ଠିତ।

ରାଇଘର,୧୪l୫ (ଷ୍ଟାର ନିୟୁଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲା ରେ ନୂତନ ହଇବ୍ରିଡ଼ ମକା ବିହନ ଆସିଛି ବଜାରକୁ ଏହି ରାସି କମ୍ପାନୀ ବିହନ ନୂତନ ପରିଚୟ ସୃଷ୍ଟି କରିଛି, ଭାରତୀୟ ଅଗ୍ରଣୀ କୃଷି କମ୍ପାନୀ ରାସି ମକା ବିହନ କମ୍ପାନୀ (ଆର) ୩୪୧୪ ମକା ସବୁଠୁ ଅଧିକ ଉତ୍ତମ ଏବଂ ଏହା ସବୁପ୍ରକାର ଜମିରେ ଚାଷ କରାଯାଇ ପରିବବୋଲି ଏରିଆ ବିଜନେସ ମ୍ୟାନେଜର ତାରାପ୍ରସାଦ ରଥ ବୋଲି କହିଛନ୍ତି,ଆଜି ରାଇଘର ବ୍ଲକର ମୁଣ୍ଡିବେଡା ପଂଚାୟତର କୁଡୁମଧରା ଗ୍ରାମର ଖେଳ ପଡିଆରେ ଏକ ବିରାଟ ରାସି ମକା ବିହନ କମ୍ପାନୀ ତରଫରୁ ଫସଲ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ସହସହ ଚାଷୀ ଯୋଗ ଦେଇଥିଲେ । ସର୍ବ ପ୍ରଥମେ କମ୍ପାନୀର ଏରିଆ ମ୍ୟାନେଜର ସୁବ୍ରତ କୁମାର ଦେ ମଞ୍ଚ ପରିଚାଳନା କରିଥିଲେ ଏବଂ ଅତିଥି ପରିଚୟ କରେଇଥିଲେ ପରେ ଓଡିଶା ବିଜନେସ ମ୍ୟାନେଜର ତାରା ପ୍ରସାଦ ରଥ ନଡ଼ିଆ ବାଡେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ଏବଂ ନୂତନ ଭାବରେ ଉନ୍ନତ ମାନର କୃଷିଜ୍ଞାନ ଏବଂ ବୈଜ୍ଞାନିକ ଙ୍କ ଦ୍ଵାରା ଆବିଷ୍କାର ନୂତନ କୌଶଳ ହାଇବ୍ରିଡ଼ ମକା ଆର ୩୪୧୪ ବିଷୟରେ ଚାଷୀଙ୍କୁ ବୁଝେଇ ଥିଲେ ଏହି ମକା ବିହନ କମ୍ପାନୀ ମକାର ଗୁଣବତ୍ତା ସହ ମକାର ରଙ୍ଗ ନାରଙ୍ଗୀ ଦାନା ବଡ଼ବଡ଼ ସହ ସମସ୍ତ ପ୍ରକାର ଜମିରେ ଚାଷ କରାଯାଇ ପାରିବ ଏକର ପ୍ରତି ୩0ରୁ ୩୨ କୁଣ୍ଟାଇଲ ହେବ ବୋଲି ମତ ପ୍ରକାଶ କରିଛନ୍ତି ବର୍ଷା ସମୟରେ ମଧ୍ୟ ଏହି ମକା ଅଧିକ ଉତ୍ତମ ଚାଷ ହୁଏ ଅଧିକ ଦାନାଧରେ,ରାଶି ଆର ୩୪୧୪ କମ୍ପାନୀ ମକା କେମିତି ଚାଷ କରିବେ ତାହାବିଷୟରେ କମ୍ପାନୀର ଓଡିଶା ବୀଜନେସ ମ୍ୟାନେଜର ଚାଷୀମାନଙ୍କୁ ବୁଝେଇଥିଲେ ଏହି କମ୍ପାନୀର ବିହନ ରାଇଘର ବ୍ଲକର ବଜରଙ୍ଗ ଟ୍ରାଡ଼ର୍ସରେ ଉପଲବ୍ଧ, ଆଜିର ଏହି କାର୍ଯ୍ୟକ୍ରମରେ ଓଡିଶା ବୀଜନେସ ମ୍ୟାନେଜର ତାରାପ୍ରସାଦ ରଥ, ଏରିଆ ମ୍ୟାନେଜର ସୁବ୍ରତ କୁମାର ଦେ, ଏରିଆ କ୍ରୋପ ମ୍ୟାନେଜର ସଂଶିତ କୁମାର ପଣ୍ଡା, ଇଏସଓ ପ୍ରସଂଜିତ ବିଶ୍ୱାସ, କାର୍ତିକ ଦାସ, ମ୍ରିଣ୍ମୟ ସରଦାର ଙ୍କ ସମେତ ରାଶି ମକା ବିହନ କମ୍ପାନୀର ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow