କନ୍ଧମାଳ ଜିଲ୍ଲାରେ ଆରମ୍ଭ ହେଲା ବିପଦ ପୂର୍ଣ୍ଣ ଗୋଷ୍ଠି ଙ୍କ ମଧ୍ୟରେ ଆକଳନ ପ୍ରକ୍ରିୟା।
ଫୁଲବାଣୀ,୧୮l୧୧(ଷ୍ଟାର ନିୟୁଜ) ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ, ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତ, ଭୂବନେଶ୍ୱର ଙ୍କ ମିଳିତ ସହଯୋଗରେ ବିପଦ ପୂର୍ଣ୍ଣ ଗୋଷ୍ଠି ମଧ୍ୟରେ ଆକଳନ ପ୍ରକ୍ରିୟା ଆରମ୍ଭ ନିମନ୍ତେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଠାରେ ପ୍ରଥମ କମ୍ୟୁନିଟି ଆଡଭାଇଜରି ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରି ଡାକ୍ତର ସନ୍ତୋଷ କୁମାର ପାଢୀ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଏଚ୍.ଆଇ.ଭି. ସଂକ୍ରମଣ କୁ ନେଇ ଥିବା ଅନ୍ଧ ବିଶ୍ୱାସ ଓ ଭ୍ରାନ୍ତ ଧାରଣା କୁ ଦୁର କରି ବିପଦ ପୂର୍ଣ୍ଣ ଗୋଷ୍ଠି ମଧ୍ୟରେ ଆକଳନ ପ୍ରକ୍ରିୟା କୁ ଆଗକୁ ନେବା ପାଇଁ ଚେଷ୍ଟା କରାଯାଉ ବୋଲି ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀ ରେ ଆକଳନ ପ୍ରକ୍ରିୟା କୁ ଆଗକୁ ନେବାରେ କମ୍ୟୁନିଟି ଆଡଭାଇଜରି ବୋର୍ଡ ର ଥିବା ଦାୟିତ୍ୱ ଓ କର୍ତବ୍ୟ କୁ ଏକ ପ୍ରେଜେନଟେସନ୍ ମାଧ୍ୟମରେ ଅନୁଷ୍ଠାନ ର ବରିଷ୍ଠ କର୍ମୀ ବିଶ୍ୱରଞନ କର ଉପସ୍ଥାପନା କରିବା ସହିତ ଆଗାମି କାର୍ଯ୍ୟ ଯୋଜନା କୁ ମଧ୍ୟ ସର୍ବସମ୍ମୁଖରେ ଜଣାଇଥିଲେ । ଏହା ପରେ ଏଚ୍.ଆଇ.ଭି. / ଏ.ଡ୍.ସ୍. ଜିଲ୍ଲା ନୋଡାଲ୍ ଅଫିସର୍ ଡାକ୍ତର ସୁରେନ୍ଦ୍ରନାଥ ସିଂ ଏହି କାର୍ଯ୍ୟକ୍ରମ କୁ ଆଗକୁ ନେବାରେ ସମସ୍ତ ହିତାଧିକରି ଙ୍କ ର ସହଯୋଗ ଆବଶ୍ୟକତା ରହିଛି ଏବଂ ତଳ ସ୍ତରରେ ଅଧିକ ରୁ ଅଧିକ ଅଂଚଳ କୁ ଚିହ୍ନଟି କରଣ ହେବା ଜରୁରି ବୋଲି ତାଙ୍କ ବକ୍ତବୟରେ କହିଥିଲେ । ତତ୍ସହିତ ଲେପୋ୍ରସି ବିଭାଗର ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରି ଡାକ୍ତର ଯୋତ୍ସ୍ନାରାଣୀ ସେଠୀ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି. ପଦ୍ମା ଏହି ଆକଳନ କୁ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ କହିବା ସହିତ ସ୍ୱାତୀ ଅନୁଷ୍ଠାନ ଏହାକୁ ସଫଳ ଭାବରେ କାର୍ଯ୍ୟକାରୀ କରିପାରିବେ ବୋଲି ଆଶା ବ୍ୟକ୍ତ କରିଥିଲେ । ସମନ୍ୱିତ ପରାମର୍ଶ ଓ ରକ୍ତ ପରିକ୍ଷା କେନ୍ଦ୍ର ର ପରାମର୍ଶ ଦାତା ଦେବାଶିଶ ମିଶ୍ର ଓ ଗୋବିନ୍ଦଚନ୍ଦ୍ର ଜେନା ଜିଲ୍ଲା ର ଏଚ୍.ଆଇ.ଭି. କାର୍ଯ୍ୟକ୍ରମ ର ଏକ ସ୍ଥିତି ଉପସ୍ଥାପନା କରିବା ସହିତ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ କିଛି ସୂଚନା ପ୍ରଦାନ କରିଥିଲେ । ଆନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ ପ୍ରଥମ ମ କମ୍ୟୁନିଟି ଆଡଭାଇଜରି ବୋର୍ଡ ବୈଠକ ପରେ ଯେଉଁ ତଥ୍ୟ ଫିଲ୍ଡ ମାନଙ୍କୁ ସଂଗ୍ରହ କରାଯିବ ତାହା ସଠିକ୍ ହେବା ଆବଶ୍ୟକ ବୋଲି କହିଥିଲେ ଯାହା ଜାତିୟ ଏ.ଡ୍.ସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଆଗକୁ ପ୍ଲାନିଂ କରିବା ରେ ସହାୟତା ହୋଇପାରିବ । ବୈଠକଟିକୁ ବରିଷ୍ଠ କର୍ମୀ ପ୍ରଦିପ କୁମାର ସ୍ୱାଇଁ ପରିଚାଳନା କରିଥିବା ବେଳେ ପରାମର୍ଶ ଦାତ୍ରୀ ସ୍ନେହଲତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସାମିଜିକ ଅନୁଷ୍ଠାନ ନିପିଡିତ, ବନବାସୀ ସେବାସମିତି ଓ ଫୋଲିସ୍ ଅଧିକାରୀ ଙ୍କ ସହିତ ୪୦ ରୁ ଅଧିକ ବିଭିନ୍ନ ବିଭାଗର କର୍ମକର୍ତା ମାନେ ଯୋଗ ଦେଇଥିଲେ ।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)