ଯାଦବ ମହାସଭା ପକ୍ଷରୁ ଏହିର ରେଜିମେଣ୍ଟ ପାଇଁ ଦାବୀ|

Nov 18, 2025 - 20:36
0 199
ଯାଦବ ମହାସଭା ପକ୍ଷରୁ ଏହିର ରେଜିମେଣ୍ଟ ପାଇଁ ଦାବୀ|

ଡାବୁଗାଁ,୧୮l୧୧ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଚଚରାଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁସୁମବନ୍ଦ ଗ୍ରାମର ପୂର୍ଣ୍ଣେଶ୍ବର ମନ୍ଦିର ଠାରେ ଜିଲ୍ଲା ଯାଦବ ମହାସଭା ଓ ଡାବୁଗାଁ ବ୍ଳକ ଯାଦବ ମହାସଭାର ମିଳିତ ଆନୁକୂଲ୍ୟରେ ଯାଦବ ଶୌର୍ଯ୍ୟ ଦିବସ ସଭାପତି ଶ୍ରୀଯୁକ୍ତ କୃପାସିନ୍ଧୁ ଗୈାଡଙ୍କ ସଭାପତିତ୍ବରେ ପାଳନ କରାଯାଇ ଥିଲା।ପ୍ରଥମେ ମନ୍ଦିର ଠାରୁ ସମସ୍ତ କର୍ମକର୍ତ୍ତା ଓ ଯାଦବ ଭାଇ ଭଉଣୀ ମାନେ ଏକତ୍ରିତ ହୋଇ ସହିଦ୍ ସ୍ଵର୍ଗତ ସୋନୁ ମାଝୀଙ୍କ ପରିବାର ବର୍ଗଙ୍କୁ ଭେଟି ସମ୍ମାନୀତ କରିଥିଲେ ଓ ସହିଦ୍ ପରିବାର ସଦସ୍ୟା ଙ୍କ ଘରୁ ମଶାଲ ଶୋଭାଯାତ୍ରା କରି କୁସୁମବନ୍ଦ ଗ୍ରାମ ପରିକ୍ରମା କରିଥିଲେ।ଏହା ପରେ ଆଜି ସାରା ଭାରତ ବର୍ଷରେ ପାଳନ ହେଉଥିବା ଯାଦବ ସୋର୍ଯ୍ୟ ଦିବସ ବା ରେଜେଙ୍ଗାଲା ଡେ ର ସବିଶେଷ ବିବରଣୀ ଅତିଥି ମାନେ ଉପସ୍ଥାପନା କରିଥିଲେ। ସହିଦ୍ 114 ଜଣ ବୀର ଯାଦବ ସୈନିକ ମାନଙ୍କ ବୀରଗାଥା ବଖାଣି ଥିଲେ। ଯାଦବ ସମାଜ ଭାଇ ଭଉଣୀ ମାନଙ୍କ ସୁବିଧା ଅସୁବିଧା ବିଷୟରେ ଡାବୁଗାଁ ଅଧ୍ୟକ୍ଷା ଶ୍ରୀମତୀ ବୀଣା ମାଝୀଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିଲେ।ପରି ଶେଷରେ ନନ୍ଦାହାଣ୍ଡି ବ୍ଳକ ସମ୍ପାଦକ ସୁରେନ୍ଦ୍ର ଭକ୍ତ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ବୀଣା ମାଝୀ ଯୋଗଦାନ କରିଥିଲେ ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭା ର ଯୁବ ସଭାପତି ଶ୍ରୀ ନବ କିଶୋର ଗୈାଡ,ଉପ ସଭାପତି ଶ୍ରୀ ସୈନିକ ଗୈାଡ,ହରି ଗୈାଡ,ସହ ସମ୍ପାଦକ ଶ୍ରୀଯୁକ୍ତ ମହାଦେବ ମାଝୀ, ସହିଦ୍ ପରିବାର ସଦସ୍ୟା ଶ୍ରୀମତୀ ବାଲମତି ମାଝୀ,ପାପଡାହାଣ୍ଡି ବ୍ଳକ ସଭାପତି ଶ୍ରୀଯୁକ୍ତ କୁଶନାଥ ଗୈାଡ, ଉମରକୋଟ ବ୍ଳକ ସମ୍ପାଦକ ଶ୍ରୀ ତ୍ରିନାଥ ମାଝୀ, ନନ୍ଦା ହାଣ୍ଡି ବ୍ଳକ ସମ୍ପାଦକ ଶ୍ରୀ ସୁରେନ୍ଦ୍ର ଭକ୍ତ, ଉମରକୋଟ ବ୍ଳକ ବରିଷ୍ଠ କର୍ମକର୍ତ୍ତା ଶ୍ରୀ ଟଙ୍କଧର ଗୈାଡ ଏବଂ ବହୁତ ଯାଦବ ସମାଜ ଭାଇ ଭଉଣୀ ମାନେ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ପାଇଁ ଆୟୋଜକ ଭାବେ ଡାବୁଗାଁ ବ୍ଳକ ଯାଦବ ମହାସଭାର ସମ୍ପାଦକ ଶ୍ରୀଯୁକ୍ତ ତ୍ରିନାଥ ଗୈାଡ ଏବଂ ଚଚରାଗୁଡା ଗ୍ରାମ ପଞ୍ଚାୟତ କୁସୁମବନ୍ଦ ଗ୍ରାମ ର ସମସ୍ତ କର୍ମକର୍ତ୍ତା ଓ ଯାଦବ ଭାଇ ଭଉଣୀ ମାନେ ସହଯୋଗ କରିଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User