ସାଂସଦ ବିଧାୟକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ।

Nov 21, 2025 - 07:37
 0  35
ସାଂସଦ ବିଧାୟକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ।

ଝରିଗାଁ,୨୧l୧୧ (ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ସମ୍ମିଳନୀ କକ୍ଷରେ ଆଜି ନବରଙ୍ଗପୁର ସାଂସଦ ଓ ଝରିଗାଁ ବିଧାୟକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି |ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଆୟୋଜନାରେ ଆୟୋଜିତ ଉକ୍ତ ବୈଠକ ବ୍ଲକର ସମସ୍ତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହିଥିବା ବେଳେ ସାଂସଦ ବଳଭଦ୍ର ମାଝୀ ନିଜ ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ |ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର ବନୁଆଗୁଡା ଓ ଚିତାବେଡା ପଂଚାୟତର ସିନ୍ଧିଗୁଡା,ପଳସଗାଁ,ବନୁଆଗୁଡା,ଗୋମୀଅଡା,ଷଣ୍ଡସା ଓ ସିଉନାଗୁଡା ଭଳି ରାଜସ୍ବ ଗ୍ରାମ ଅଧୀନରେ ଥିବା ସମସ୍ତ ହାମଲେଟ ଗ୍ରାମ ଗୁଡିକ ମଧ୍ୟରେ ଆଗାମୀ 26ତାରିଖ ଭିତରେ ସମସ୍ତ ସରକାରୀ ସୁବିଧା ଉପଲବ୍ଧ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ତାଦିଗ କରିଛନ୍ତି |ତତ ସହିତ ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ସବୁ ଜନସାଧାରଣଙ୍କ ପାଖରେ ପହଂଚାଇବାକୁ ପରାମର୍ଶ ଦେଇଛନ୍ତି |

ନବରଙ୍ଗପୁରରୁ ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR