ବର୍ଷାଦିନରେ କାଦୁଅ ପଚପଚ ରାସ୍ତା ପାଇଁ ହଟହଟା ହେଉଛନ୍ତି 4ଗୋଟି ଗାଁର ଗ୍ରାମବାସୀ ।

ଝରିଗାଁ,୨୬l୭ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଅନେକ ଗାଁକୁ ଆଜି ଯାଏ ପକ୍କା ରାସ୍ତା ଖଣ୍ଡେ ଯାଇନି |ଫଳରେ ବର୍ଷା ଦିନ ଆସିଲେ ଉକ୍ତ ଗ୍ରାମ ଗୁଡିକର ଗ୍ରାମବାସୀ ହଟହଟା ହେଉଥିବା ଦେଖିବାକୁ ମିଳୁଛି |ଅନେକ ଗାଁର ଗର୍ଭବତୀ, ପ୍ରସୂତି, ଗୁରୁତର ରୋଗୀ ଆଦିଙ୍କୁ ଖଟିଆରେ ବୋହି ମେଡିକାଲ ନିଆଯାଉଥିବା ମଧ୍ୟ ଦୃଷ୍ଟାନ୍ତ ରହିଛି ତ କିଛି ଗାଁରେ ଛାତ୍ରଛାତ୍ରୀ ମାନେ କାଦୁଅ ରାସ୍ତାରେ ବିପଦ ସଂକୁଳ ଭାବେ ବିଦ୍ୟାଳୟକୁ ଯାତାୟାତ କରୁଥିବା ବି ନଜରକୁ ଆସୁଛି |ଝରିଗାଁ ବ୍ଲକ ଏକାମ୍ବା ପଂଚାୟତ ଅନ୍ତର୍ଗତ ଧନପୁର, ଜାମଝଳା, ଶିଆଳି ଡଙ୍ଗରୀ ଓ ଝାରବନ୍ଦ ଗ୍ରାମର ଗ୍ରାମବାସୀ ମଧ୍ୟ ବର୍ଷା ଦିନ ଆସିଲେ ସମାନ ଦୁର୍ଦଶା ଭୋଗୁଥିବା ଅଭିଯୋଗ ହୋଇଛି |ଆଦିବାସୀ ଶିବ ମନ୍ଦିର ଠାରୁ ଝାରବନ୍ଦ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ କିଲୋମିଟର ରାସ୍ତା ବର୍ଷା ଦିନେ ପାଣି କାଦୁଅରେ ଭର୍ତି ରହୁଛି |ରାସ୍ତାରେ ମଟର ସାଇକେଲ ଟେ ମଧ୍ୟ ଚାଲିବା ଅସମ୍ଭବ |ରାସ୍ତା ଉପରେ ଚିକିଟା ମାଟି ପଡି ଥିବାରୁ ଅନେକ ସମୟରେ ଭାରସାମ୍ୟ ହରେଇ ଖସି ପଡ଼ିଥାନ୍ତି ବାଇକ ଚାଲକ ଓ ପଦାଚାରି |ଏପରି ସ୍ଥଳେ ଉକ୍ତ ରାସ୍ତା ଉପରେ ଚଳ ପ୍ରଚଳ କରିବା କାଠିକର ପାଠ |ଅଞ୍ଚଳବାସୀ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତାଟି ନିର୍ମାଣ ହୋଇ ପାରିନି |ଏ ସମ୍ପର୍କରେ ଏସଡିଓ ଙ୍କୁ ପଚାରିବାରୁ ରାସ୍ତା ପାଇଁ ପ୍ଲାନ ହୋଇ ସାରିଛି, ଏପ୍ରୋଭ ହେବା ପରେ କାମ ଆରମ୍ଭ କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି |ଅନ୍ୟପଟେ ରାସ୍ତାର ଯଥାଶୀଘ୍ର ମରାମତି ପାଇଁ ଗ୍ରାମର ଦେବ ଗଣ୍ଡ,ସନପଥ ହରିଜନ,ଶିବ ଗଣ୍ଡ,ଶ୍ରାବଣ କଲlର,ରାଜେନ୍ଦ୍ର ଗଣ୍ଡ ରାମସିଂ ଗଣ୍ଡ,ଗଣପତି ଗଣ୍ଡ,ବୁଲୁ ହରିଜନ,କୁମର ଗଣ୍ଡ,ରାମଦେବ ଗଣ୍ଡ ଓ ଅନ୍ୟାନ୍ୟ ଗ୍ରାମବାସୀ ଦାବୀ କରିଛନ୍ତି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






