ଟ୍ରାନ୍ସଫର ଚାରିପଟେ ଅସ୍ଥାୟୀ ପାଚେରୀ ନିର୍ମାଣ କଲେ ଝରିଗାଁ ବିଦ୍ୟୁତ ବିଭାଗ।

Jul 26, 2025 - 17:09
0 54
ଟ୍ରାନ୍ସଫର ଚାରିପଟେ ଅସ୍ଥାୟୀ ପାଚେରୀ ନିର୍ମାଣ କଲେ ଝରିଗାଁ ବିଦ୍ୟୁତ ବିଭାଗ।

ଝରିଗାଁ,୨୬l୭ (ଷ୍ଟାର ନିୟୁଜ ଓଡିଶା): ଝରିଗାଁ ବ୍ଲକ ବେଳଗାଁ ପଂଚାୟତ ଅନ୍ତର୍ଗତ ମହଣ୍ଡି ଗ୍ରାମର ମହେନ୍ଦ୍ର ଭତରା (ମିସ୍ତ୍ରୀ )ଙ୍କ ଘରକୁ ଲାଗି ଟ୍ରାନ୍ସଫର ରହିଛି |ହେଲେ ଦୀର୍ଘ ମାସ ହେବ ଏହି ଟ୍ରାନ୍ସଫର ଚାରିପଟେ ପାଚେରୀ ନିର୍ମାଣ ହୋଇନଥିଲା |ବର୍ତମାନ ବର୍ଷା ଦିନ ଚାଲିଥିବାରୁ ସମ୍ଭାବ୍ୟ ବିପଦକୁ ଭୟ କରି ପରିବାର ଲୋକ ଆତଙ୍କିତ ରହିଥିଲେ |ଅନେକ ସ୍ଥାନରେ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣହାନି ଘଟୁଥିବା ଖବର ସେମାନଙ୍କ ମନରେ ଭୟ ସୃଷ୍ଟି କରୁଥିଲା |ଗଣ ମାଧ୍ୟମ ଏହି ଖବର ଟି ଉମରକୋଟ ବିଦ୍ୟୁତ ବିଭାଗ ଏସଡିଓ ସୌରଭ ପାତ୍ରଙ୍କୁ ଜଣେଇବା ପରେ ସେ ସାଙ୍ଗେ ସାଙ୍ଗେ ଝରିଗାଁ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନରେ ଜଣେଇବା ସହ ଯଥାଶୀଘ୍ର ଉକ୍ତ ଟ୍ରାନ୍ସଫର ଚାରିପଟେ ବାଉଣ୍ଡ୍ରି ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ |ଝରିଗାଁ କନିଷ୍ଠ ଯନ୍ତ୍ରୀ ମଧ୍ୟ ଯୁଦ୍ଧ କାଳୀନ ଭିତିରେ ନିଜ ବିଭାଗର କର୍ମଚାରୀ ମାନଙ୍କୁ ପଠାଇ ଏକ ଅସ୍ଥାୟୀ ବାଉଣ୍ଡ୍ରି ନିର୍ମାଣ କରେଇବା ସହ ବାଉଣ୍ଡ୍ରି ଆଖପାଖକୁ ନଯିବା ପାଇଁ ପରିବାର ଲୋକ ତଥା ସାଇ ବାସିନ୍ଦାଙ୍କୁ ପରାମର୍ଶ ଦିଆ ଯାଇଛି |ବର୍ଷା ଋତୁ ଶେଷ ହେବା ପରେ ଉକ୍ତ ଟ୍ରାନ୍ସଫର ଚାରିପଟେ ଏକ ସ୍ଥାୟୀ ବାଉଣ୍ଡ୍ରି କରାଯିବା ନେଇ ସୂଚନା ମିଳିଛି |ବିଦ୍ୟୁତ ବିଭାଗ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପକୁ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ କହି ଗ୍ରାମବାସୀ ତଥା ସାହି ବାସିନ୍ଦା ବିଦ୍ୟୁତ ବିଭାଗକୁ ଧନ୍ୟବାଦ ଜଣେଇଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User