ମାଓବାଦୀଙ୍କ ନାମରେ ବାପାଙ୍କୁ ଚାନ୍ଦା ମାଗି ପୁଅ ଗିରଫ

Oct 15, 2025 - 17:02
0 47
ମାଓବାଦୀଙ୍କ ନାମରେ ବାପାଙ୍କୁ ଚାନ୍ଦା ମାଗି ପୁଅ ଗିରଫ

 କଳାହାଣ୍ଡି ଜିଲ୍ଲା ନର୍ଲା. ୧୫/୧୦( ଷ୍ଟାର ନିୟୁଜ ଓଡିଶା )ମାଓବାଦୀଙ୍କ ନାମରେ ଚିଠି ଦେଇ ବ୍ୟବସାୟୀ ବାପାଙ୍କୁ ଚାନ୍ଦା ମାଗିଥିଲେ ପୁଅ । ଲକ୍ଷେ କି ୨ ଲକ୍ଷ ନୁହେଁ, ପୂରା ୩୫ ଲକ୍ଷ। ଏବେ ଧରାପଡ଼ି ଜେଲ୍ ଯାଇଛନ୍ତି। ଏହି ଖବର କଳାହାଣ୍ଡି ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। କଳାହାଣ୍ଡି ଜିଲା ନର୍ଲା ଥାନା ରୁପ୍ରାରୋଡ଼ ବାସିନ୍ଦା ଦୀନେଶ ଅଗ୍ରୱାଲ। ତାଙ୍କର ଏକମାତ୍ର ପୁଅ ଅଙ୍କୁଶ (୨୪)। ବାପାଙ୍କଠାରୁ ଟଙ୍କା ଝଡ଼େଇବା ପାଇଁ ସେ ସୁଚିନ୍ତିତ ଉପାୟ ବାହାର କରିଥିଲେ। ଗତ ୫ ତାରିଖରେ ମାଓବାଦୀଙ୍କ ନାମରେ ଏକ ଚିଠି ଲେଖି ଅଙ୍କୁଶ ନିଜ ଇନୋଭା ଗାଡ଼ିରେ ରଖି ଦେଇଥିଲେ। ‘ଶୀଘ୍ର ୩୫ ଲକ୍ଷ ଟଙ୍କା ଦିଅ; ନଚେତ ତୁମ ପରିବାରର ସମସ୍ତଙ୍କୁ ଜୀବନରେ ମାରିଦେବୁ’ ବୋଲି ଚିଠିରେ ଲେଖା ହୋଇଥିଲା। ଚିଠି ପାଇବା ପରେ ଦୀନେଶ ଓ ପରିବାର ଲୋ କେ ଭୟଭୀତ ହୋଇଯାଇଥିଲେ । ଦୀନେଶ ତୁରନ୍ତ ମାଓବାଦୀଙ୍କ ଚିଠି ଓ ଚାନ୍ଦା ସଂପର୍କରେ ନର୍ଲା ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ବିଜୟ ମାଝୀ ଘଟଣାର ତଦନ୍ତ କରିଥିଲେ । ଚାନ୍ଦା ମାଗିବା ଓ ଚିଠିକୁ ଗାଡ଼ିରେ ଛାଡ଼ିବା ଆଉ କେହି ନୁହେଁ; ଖୋଦ୍ ଅଭିଯୋଗକାରୀଙ୍କ ପୁଅ ଅଙ୍କୁଶ ରହିଥ‌ିବା ପୁଲିସ ଜାଣିବାକୁ ପାଇଥିଲା। ଅଙ୍କୁ ଶଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ପୁଲିସ ମଙ୍ଗଳବାର ତାଙ୍କୁ ଗିରଫ କରିବା ସହ ମ.ରାମପୁର କୋର୍ଟକୁ ଚାଲାଣ କରିଛି। ଅଭିଯୋଗକାରୀ ଦୀନେଶ ଅଗ୍ରୱାଲ ଅଞ୍ଚଳର ଜଣେ ଜଣାଶୁଣା ଠିକାଦାର। କଳାହାଣ୍ଡି ଜିଲାରେ ‘ବସୁଧା ଯୋଜନାରେ ସେ ବହୁସଂଖ୍ୟକ କ ଓଭରହେଡ୍ ପାଣିଟାଙ୍କି ନିର୍ମାଣ ଓ ନଳକୂପ ଖନନ କରିଛନ୍ତି। ପୁଅ ଅଙ୍କୁଶ ଗିରଫ ହେବା ପରେ ତାଙ୍କ ପ୍ରତି ବାପା ତଥା ପରିବାର ବର୍ଗଙ୍କ ଅଙ୍କୁଶ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User