କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ।

Oct 15, 2025 - 21:02
0 19
କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ।

ଭବାନୀପାଟଣା:ତା 15.10.2025 ( ଷ୍ଟାର ନିୟୁଜ ଓଡିଶା )ଆସନ୍ତା ନଭେମ୍ବର ପହିଲା ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଗଠନ ଦିବସ- 2025 ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ  ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହିତ ବୈଠକ ର କାର୍ଯ୍ୟ ସୂଚୀ ଅନୁଯାଇ ଆଲୋଚନା କରିବା ପାଇଁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ବୈଠକ ର କାଯ୍ୟସୂଚୀ ପଠନ ସହିତ ବିଗତ ବର୍ଷ ଭଲି ଚଳିତ ବର୍ଷ ମଧ୍ୟ ଜିଲ୍ଲା ଗଠନ ଦିବସ କୁ ମହାସମାରୋହରେ ପାଳନ କରିବା ଦିଗରେ ସମସ୍ତ ଙ୍କର ସହଯୋଗ ର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇଥିଲେ। ଜିଲ୍ଲା ଗଠନ ଦିବସ କୁ ବିଗତ ବର୍ଷ ଭଲି ଚଳିତ ବର୍ଷ ମଧ୍ୟ ବ୍ଲକ,ସହରାଞ୍ଚଳ, ଓ ଜିଲ୍ଲାସ୍ତରରେ ମହାସମାରୋହରେ ପାଳନ କିପରି କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଭବାନୀପାଟଣା ସହରରେ ମସଲା ଶୋଭାଯାତ୍ରା, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ପୁସ୍ତକ ମେଳା, ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ଆଲୋଚନା କରାଯାଇଥିଲା। ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହରାଞ୍ଚଳ ନିର୍ବାହୀ ଅଧିକାରୀ ନିଜ ନିଜ ସ୍ତରରେ ଆୟୋଜନ କରିବା କୁ ଥିବା ଆବଶ୍ୟକ କାର୍ଯ୍ୟକ୍ରମ ର ଖସଡା ପ୍ରସ୍ତୁତ କରି ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ସହିତ ଯୋଗାଯୋଗ କରି ବ୍ଲକ ଏବଂ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି,ଉପ ଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷା ଅଗ୍ରୱାଲ, ଉପ ଜିଲ୍ଲାପାଳ ଭବାନୀ ପାଟଣା, ପ୍ରଭାତ କୁମାର ପରିଡା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୁର୍ଯ୍ୟୋଧନ ଭୋଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଶାନ୍ତ କୁମାର ସିଂ, ପି ଏ ଆଇ ଟି ଡି ଏ ପ୍ରଦ୍ୟୁମ୍ନ କୁମାର ଦାସ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ, ଶିବାଜୀ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁବୋଧକାନ୍ତ ଛତ୍ରୀ ଆ,ଉତ୍ସବ ପାଳନ କମିଟି ର ସଦସ୍ୟ ଜୟନ୍ତ କୁମାର ବେହେରା, ଅଶୋକ କୁମାର ପଟ୍ଟନାୟକ, ଅଜୟ କୁମାର ମିଶ୍ର, ସତ୍ୟନାରାୟଣ ମହପାତ୍ର, ସୁନୀତି ମୁଣ୍ଡ, ଧ୍ୟାନ ପଣ୍ଡା, ଭବାନୀ ଶଙ୍କର ନିଆଲ,କରୁଣାକର ଦାସ ଙ୍କ ସମେତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହରାଞ୍ଚଳ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀj ଜିଲ୍ଲାପରିଷଦ ଶ୍ରୀ ପାଢି ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ। କେସିଙ୍ଗାରୁ ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ ଷ୍ଟାର ନିୟୁଜ 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User