ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ମଝିପଡ଼ାର ବାର୍ଷିକ ଉତ୍ସବ ଅନୁଷ୍ଠିତ

Feb 3, 2026 - 22:45
 0  131
ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ମଝିପଡ଼ାର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା ତା. ୦୩/୦୨ (ଷ୍ଟାର ନିୟୁଜ ଓଡିଶା )ଭବାନୀପାଟଣା ସହରସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ମଝିପଡ଼ାର ବାର୍ଷିକ ଉତ୍ସବ- ୨୦ ୨୬  ମହାଆଡମ୍ବର ସହ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼. ଯୋଗ ଦେଇ ଶିକ୍ଷ୍ୟାର୍ଥୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଅଭିଭାବକ / ଅଭିଭାବିକା ଶିକ୍ଷକ, ଶିକ୍ଷୟତ୍ରୀ ଓ ସମାଜର ଭୂମିକା ନିତାନ୍ତ ଜରୁରୀ ବୋଲି ଅଭିହିତ କରିବା ସହ ଶୈକ୍ଷିକ ବାତାବରଣକୁ ନେଇ ଭୁରି ଭୁରି ପ୍ରଶଂସା କରିଥିଲେ। ସେହିଭଳି  ସମ୍ମାନିତ ଅତିଥି ଭାବରେ ଏବିଇଓ ହୃଷିକେଶ ନାଏକ, ଜଗଦିଶ ଚନ୍ଦ୍ର ମୁଣ୍ଡ ଯୋଗଦେଇ ବିଦ୍ୟାଳୟ ର ବହୁମୁଖୀ ଉନ୍ନତିର କାମନା କରିଥିଲେ।ବିଦ୍ୟାଳୟର ର ପ୍ରଧାନଶିକ୍ଷୟତ୍ରୀ ସୁଜାତା ପଣ୍ଡା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ବହୁଗୁଣ ଗାରିମା ରହିଛି ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଜିଲ୍ଲା ପାଇଁ ଗୌରବ ଆଣିଥିବା ନଜିର ଥିବା ପ୍ରକାଶ କରିଥିଲୋ ସିଆରସିସି ପ୍ରଫୁଲ୍ଲ ଠାକୁର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ  ମଞ୍ଚ ପରିଚାଳନା କରିଥିଲେ ଶିକ୍ଷୟତ୍ରୀ ସସ୍ମିତା ମହାପାତ୍ର ଏବଂ ସୌଦାନୀ ମିଶ୍ର। ଉକ୍ତ ବାର୍ଷିକ ଉତ୍ସବ ଅବସରରେ ବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ ତଥା ପୁରାତନ ଶିକ୍ଷକ ମଧୁସୂଦନ ମହାପାତ୍ର, ସୁରେଶ ଚନ୍ଦ୍ର ମୁଣ୍ଡୁ ଙ୍କୁ ସମ୍ମାନୀତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ରେ ଯୋଗ୍ୟ ବିବେଚିତ ହୋଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ମଂଚାସୀନ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅଭିଭାବକ, ଅଭିଭାବିକା ମନଭରି ଉପଭୋଗ କରିଥିଲେ। ଏହି  ବାର୍ଷିକ ଉତ୍ସବକୁ ସଫଳ କରାଇବା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁଜାତା ପଣ୍ଡା, ସୌଦାମିନୀ ମିଶ୍ର,ସବିତା ମିଶ୍ର,ସମ୍ମିତା ପଟ୍ଟନାୟକ, ସୁବାସିନୀ ଦାଶ, ରାଜଶ୍ରୀ ରଥ,ପ୍ରମିଳା ଦାଶ  ସମେତ ବିଦ୍ୟାଳୟ ର ପରିଚାଳନା କମିଟି ର ସକ୍ରିୟ ସଦସ୍ୟ ସକ୍ରିୟ ଭୂମିକା ତୁଲେଇଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR